ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗରେ ଅବ୍ୟବସ୍ଥା : ଜାଗା ଅଭାବରୁ ଜଣେ ଅଫିସରଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ

100

କନକ ବ୍ୟୁରୋ : କରୋନା କାଳରେ ୱାର୍କ ଫ୍ରମ୍ ହୋମ ବା ଘରେ ରହି କାମ କରିବାକୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜାଗା ଅଭାବରୁ ଜଣେ ଅଫିସରଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଶୈଳେନ୍ଦ୍ର ଦ୍ୱିବେଦୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ୱାର୍କ ଫ୍ରମ ହୋମ କରିବେ । ବିଭାଗର ଅନ୍ୟ ଝରେ ଅତିରିକ୍ତ ସଚିବ କରିଥିବା ଚିଠିରେ କୁହାଯାଇଛି, ଅଫିସରରେ ଜାଗାର ଅଭାବ ଥିବାରୁ ତାଙ୍କୁ ଘରେ ରହି କାମ କରିବାକ ପଡିବ । ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗରେ ୫ ଜଣ ଅତିରିକ୍ତ ସଚିବଙ୍କୁ ନିଯୁକ୍ତ କରାଯାଇଛି ।

ହେଲେ କାର୍ଯ୍ୟାଳୟରେ ୪ ଜଣ ଅଫିସର ବସି କାମ କରିବା ପାଇଁ ବ୍ୟବସ୍ଥା ଥିବା ବେଳେ ଅନ୍ୟ ଜଣେ ଅଫିସରଙ୍କ ପାଇଁ ସ୍ଥାନର ଅଭାବ ରହିଥିବା ଏହି ଚିଠିରେ କୁହାଯାଇଛି । ଏହି ବିଭାଗରେ ଜଣେ ପ୍ରମୁଖ ସଚିବଙ୍କ ବାଦ ଦୁଇ ଆଇଏସ ଏବଂ ୩ ଓଏସ ଅଫିସରଙ୍କୁ ଅତିରିକ୍ତ ସଚିବ ପାହ୍ୟାରେ ନିଯୁକ୍ତି ଦିଆଯାଇଛି । ସେହିପରି ଦୁଇ ଅନୁ ସଚିବଙ୍କ ସହ ଜଣେ ଅବସରପ୍ରାପ୍ତ ଆଇଏସ ଅଫିସର ପ୍ରଭାତ କୁମାର ଲେଙ୍କାଙ୍କୁ କନସଲଟାଂଟ ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । କୁହାଯାଉଛି ବିଭାଗର ୪ ଟି ସେକ୍ସନ ଥିବା ବେଳେ ଅପ୍ରାସଙ୍ଗିକ ଭାବେ ୫ ଜଣ ଅତିରିକ୍ତ ସଚିବଙ୍କୁ ନିଯୁକ୍ତ କରାଯାଇଛି । ସହାୟକ କର୍ମଚାରୀଙ୍କ ସଂଖ୍ୟା କମ ଥିବା ବେଳେ ଅଯଥାରେ ଅଫିସରଙ୍କ ସଂଖ୍ୟା ବୃଦ୍ଧି କରାଯାଉଥିବା ଦେଖାଯାଉଛି ।