କନକ ବ୍ୟୁରୋ: ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସରକାର । କରୋନା ସମ୍ପର୍କିତ ସୂଚନା ଦେବେ ମୁଖ୍ୟ ଶାସନ ସଚିବ । କରୋନାକୁ ନେଇ କିଛି ବଡ ଘୋଷଣା କରିପାରନ୍ତି ସରକାର । ତେବେ ସରକାର କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।
ଗତ କିଛି ଦିନ ତଳେ ସରକାର କରୋନା କଟକଣାକୁ କଡାକଡି କରିଥିଲେ । ନାଇଟକର୍ଫ୍ୟୁ ଜାରି କରିବା ସହ ରାଜ୍ୟରେ ସପ୍ତାହନ୍ତ ସଟଡାଉନ ମଧ୍ୟ ଜାରି କରାଯାଇଛି । ତେବେ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ଆଜି କିଛି ବଡ ପଦକ୍ଷେପ ନେଇ ପାରନ୍ତି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/15-25.jpg)