ଆପଣଙ୍କ ସ୍ମାର୍ଟଫୋନ ହଜି ଯାଇଛି କି? ତେବେ ଖୋଜି ଆଣିଦେବେ ସରକାର, ଜାଣନ୍ତୁ କିଭଳି

1,248

ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଇଛି କି କିମ୍ବା ହଜି ଯାଇଛି କି ?  ତେବେ ଏଥିପାଇଁ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।  କାହିଁକି ନା ଏଣିକି ଲୋକଙ୍କର ଏଭଳି ସମସ୍ୟାର ବି ସମାଧାନ କରିବେ ସରକାର ।   ସରକାର ଏହାକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ଲଂଚ  କରିବାକୁ ଯାଉଛନ୍ତି । ଯେଉଁଥିରେ ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ  ଖୋଜିବାରେ ସହାୟତା କରିବ ।

ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ  ଆଜି ମହାରାଷ୍ଟ୍ରରେ ଏଥିପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଲଂଚ କରବାକୁ ଯାଉଛନ୍ତି, ଯେଉଁଥିରେ ଫୋନ ହଜିବାଠାରୁ ଆରମ୍ଭ କରି ଚୋରି ହେବା ପର୍ଯ୍ୟନ୍ତ  ସବୁ ପ୍ରକାରର ଅଭିଯୋଗ କରିପାରିବେ ଲୋକେ ।  ବର୍ତ୍ତମାନ ଏହି ପୋର୍ଟାଲଟିର ପାଇଲଟ ପ୍ରୋଜେକ୍ଟ ସୁବେରେ ଆରମ୍ଭ ହେବାକୁ  ଯାଉଛି । ଯାହାକୁ ପରବର୍ତ୍ତୀ ସମୟରେ ବାକି ସମସ୍ତ ରାଜ୍ୟମାନଙ୍କରେ ବି କାର୍ଯ୍ୟକାରୀ କରିଦିଆଯିବ ।

ଦୂରସଂଚାର ବିଭାଗ  ୨୦୧୭ରୁ Central Equipment Identity Register (CEIR) କାମ କରିଆସୁଛି । ଯାହାକି International Mobile Equipment Identity (IMEI)ର ଡାଟାବେସ୍ ଅଟେ । ଏଠାରେ ଆମେ କହି ରଖୁଛୁ କି, ୧୫ ଟିକିଆ ଅଙ୍କ ବିଶିଷ୍ଟ ଏହି ଆଇଏମଇଆଇ  ନମ୍ବର ହିଁ ମୋବାଇଲ ଡିଭାଇସକୁ ପରିଚିତ କରିଥାଏ ।

କିଭଳି କାମ କରିବ

ଯଦି ଆପଣଙ୍କ ମୋବାଇଲ ଫୋନ କେଉଁଠି ହଜି ଯାଏ କିମ୍ବା ଚୋରି ହୋଇଯାଏ ତେବେ  ସର୍ବ ପ୍ରଥମେ ଆପଣଙ୍କୁ ଥାନାକୁ ଯାଇ ଏକ ଏଫଆଇଆର ଲେଖିବାକୁ ହେବ ଏବଂ  ହେଲ୍ପଲାଇନ ନମ୍ବର ୧୪୪୨୨ ଜରିଆରେ ଦୂରସଂଚାର ବିଭାଗକୁ ସୂଚନା ଦେବାକୁ ହେବ । ତେବେ ପୁଲିସ୍ ଅଭିଯୋଗ ପରେ ବିଭାଗ ସେହି ଇଏମଇଆଇକୁ ବ୍ଲକ କରିଦେବେ, ଯାହାଦ୍ୱାରା  ଉକ୍ତ ହ୍ୟାଣ୍ଡସେଟଟି ବ୍ଲକ୍ ହୋଇଯିବ ।