କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାରି ଭିତରେ ଇସ୍ରାଏଲରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର । ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Advertisment

ଶନିବାର ସକାଳଠୁ ହମାସ ପ୍ରଥମେ ରକେଟ୍ ମାଡ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହା ବ୍ୟତୀତ ୧୦୦ ଜଣ ଲୋକଙ୍କୁ ଅପହରଣ କରାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ପାଲେଷ୍ଟାଇନର ୪୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରବିବାର ଇସ୍ରାଏଲର ଦକ୍ଷିଣ ସହର ଆଡକୁ ୧୦୦ ଟି ରକେଟ୍ ଫିଙ୍ଗିଥିବା ହମାସ୍ ଦାବି କରିଛି ।

ରକେଟ୍ ଆକ୍ରମଣ ଯୋଗୁଁ କିଛି ଲୋକ ଆହତ ହୋଇଥିଲେ । ଦକ୍ଷିଣ ଇସ୍ରାଏଲର ଓଫାକିମ ସହରରେ ହମାସ ଇସ୍ରାଏଲର ଯବାନ ଙ୍କୁ ବନ୍ଧକ ରଖିଥିଲା । ରବିବାର ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ଇସ୍ରାଏଲ ଯବାନ ଥିଲେ । ସେମାନେ ସାମାନ୍ୟ ଆହତ ହୋଇଥିଲେ । ଯେଉଁମାନେ ବନ୍ଧକ ରଖିଥିଲେ ସେମାନଙ୍କୁ ହତ୍ୟା କରିଛି ଇସ୍ରାଏଲ ସେନା ।