କନକ ବ୍ୟୁରୋ: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏବର୍ଷ ଦଶହରା ଉପଲକ୍ଷେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ବଡ ଘୋଷଣା ହୋଇଛି । ୨୦୨୦-୨୧ ଆର୍ଥିକବର୍ଷରେ ପାଖାପାଖି ୧୨ ଲକ୍ଷ ଅଣ ଗେଜେଟେଡ ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା ହୋଇଛି । ୭୮ ଦିନର ବେତନ ଫ୍ରିରେ ପାଇବେ ରେଳ କର୍ମଚାରୀ । ତେବେ ବୋନସ ବାବଦକୁ କେନ୍ଦ୍ର ସରକାର ୧୯ ଶହ ୮୫ କୋଟ ଟଙ୍କା ଖର୍ଚ୍ଚ କରୁଥିବା ନେଇ ସୁଚନା ମିଳିଛି ।

Advertisment

ସେହିପରି ଟେକ୍ସଟାଇଲ କ୍ଷେତ୍ରକୁ ନେଇ ମଧ୍ୟ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଆସନ୍ତା ୫ ବର୍ଷ ମଧ୍ୟରେ ସାତୋଟି ମେଗା ଇଂଟିଗ୍ରେଟେଡ ଟ୍ୟାକ୍ସଟାଇଲ ରିଜନ ଓ ମିତ୍ର ପାର୍କ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମାଦନ ଦେଇଛି । ଏଥିରେ ୪ ହଜାର ୪ ଶହ ୪୫ କୋଟି ବ୍ୟୟ ହେଉଥିବା ସୁଚନା ମିଳିଛି । ଏହା ୭ ଲକ୍ଷ ପ୍ରତକ୍ଷ ଓ ୧୪ ଲକ୍ଷ ପରୋକ୍ଷ ଚାକିରୀ ସୃଷ୍ଟି କରିବ ବୋଲି ଜଣାପଡିଛି ।