କନକ ବ୍ୟୁରୋ : ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ ହୋଇପାରିବନି ବୋଲି ନିୟମ ରହିଥିଲା । କିନ୍ତୁ କେନ୍ଦ୍ର ସରକାର ଏଥିରେ ପରିବର୍ତନ କରିଛନ୍ତି । ଗୁଡ ଗଭର୍ଣ୍ଣାନ୍ସ ଜରିଆରେ ସରକାର ଏହାକୁ ୨୪ ଘଂଟିଆ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ହସ୍ପିଟାଲ ପାଖରେ ଶବ ବ୍ୟବଚ୍ଛେଦ ଗୃହ ରହିବ । ଏଭଳି ହେଲେ ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ପରିବାରକୁ ଅପେକ୍ଷା କରିବାକୁ ପଡିବ ନାହିଁ ।
- ବ୍ରିଟିଶ ଶାସନ ସମୟରୁ କେବଳ ଦିନରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଚଳି ଆସୁଥିଲା
- ଏଣିକି ୨୪ ଘଂଟା ପୋଷ୍ଟମର୍ଟମ୍ ହୋଇପାରିବ ବୋଲି ନିଷ୍ପତି କରିଛନ୍ତି କେନ୍ଦ୍ର ସରକାର
- ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ ଫଳରେ ମୃତକଙ୍କ ସଂପର୍କୀୟଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବନି
- ତତ୍କ୍ଷଣାତ୍ ପ୍ରତିରୋପଣ ପାଇଁ ଅଙ୍ଗ ସଂଗ୍ରହ କରିବାରେ ଏହା ସହାୟକ ହେବ
- ପୂର୍ବରୁ ଦିଲ୍ଲୀ ଏମ୍ସ ଓ ଅଳ୍ପ କେତେକ ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିଲା
- ଏଣିକି ଉତମ ଭିତିଭୂମି ଥିବା ଦେଶରେ ସମସ୍ତ ହସ୍ପିଟାଲରେ ବ୍ୟବସ୍ଥା କାର୍ଯ୍ୟକାରୀ ହେବ
- ରାତିରେ ଶବ ବ୍ୟବଚ୍ଛେଦ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏକାଧିକ ଅନୁରୋଧ କରାଯାଇଥିଲା
- ସେଗୁଡ଼ିକର ଅନୁଧ୍ୟାନ କରି ଟେକ୍ନିକାଲ କମିଟି ଏହି ଅନୁମତି ଦେଇଛି
- ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଆବ୍ୟଶ୍ୟକ ଆଲୋକ ବ୍ୟବସ୍ଥା କରି ରାତିରେ ହୋଇପାରିବ ବ୍ୟବଚ୍ଛେଦ
- ରାତିରେ ପୋଷ୍ଟମର୍ଟମ ବେଳେ ଏହାର ଭିଡିଓ ରେକର୍ଡିଂ କରିବାକୁ ଦିଆଯାଇଛି ନିର୍ଦ୍ଦେଶ
- ଫଳରେ ବ୍ୟବଚ୍ଛେଦକୁ ନେଇ କୌଣସି ସନ୍ଦେହ ରହିବ ନାହିଁ, ପରେ କୋର୍ଟରେ ଏହାକୁ ପ୍ରମାଣ ଭାବେ ଉପସ୍ଥାପନ କରାଯିବ
- ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିଲେ ହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ ଓ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ କରାଯାଇପାରିବ