ସରକାରଙ୍କୁ ଘାରିଲାଣି ପାଣି ଚିନ୍ତା : ଜଳ କଷ୍ଟ ସମସ୍ୟାର ୪୮ ଘଂଟା ମଧ୍ୟରେ ହେବ ସମାଧାନ

31

କନକ ବ୍ୟୁରୋ : ବିଭିନ୍ନ ଅଂଚଳର ଜଳ କଷ୍ଟ ସମସ୍ୟାର ୪୮ ଘଂଟା ମଧ୍ୟରେ ସମାଧାନ କରିବେ ସରକାର । ଚଳିତ ବର୍ଷ ଗ୍ରୀଷ୍ମ ଜଳ କଷ୍ଟର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଏହି ବିଷୟରେ ଆଲୋଚନା ହୋଇଛି । ଏନେଇ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଗଠନ କରାଯାଇଛି ।

ପର୍ଯ୍ୟବେକ୍ଷକମାନେ ରାଜ୍ୟସରକାରଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବେ । ଚଳିତବର୍ଷ ୩୮ ହଜାର ଅଂଚଳକୁ ପାଣି ପାଇବ ଯୋଗେ ଜଳ ସଂଯୋଗୀକରଣ କରାଯିବ । ବର୍ତମାନ ରାଜ୍ୟରେ ୪ ଲକ୍ଷ ନଳକୂପ ରହିଛି । ଜଳ ସମସ୍ୟାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଏକ କଂଟ୍ରୋଲ ରୁମ ଖୋଲାଯିବ । ବିଭିନ୍ନ ଅଂଚଳରୁ ଆସୁଥିବା ଜଳ ସମସ୍ୟାର ଗଣମାଧ୍ୟମ ରିପୋଟର୍କୁ ମଧ୍ୟ ବିଚାର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।