କେନ୍ଦ୍ର ସରକାର ଆଣିପାରନ୍ତି ୱାର୍କ ଫ୍ରମ୍ ହୋମ୍ ନିୟମ ! ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ

1,134

କନକ ବ୍ୟୁରୋ : କରୋନା ମହାମାରୀକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହି ସମୟରେ ଅନେକ ସରକାରୀ ଏବଂ ବେସରକାରୀ କମ୍ପାନୀ କର୍ମଚାରୀଙ୍କୁ ଘରୁ ରହି କାମ କରିବାରେ ସଫଳ ହୋଇଛନ୍ତି । ଯଦିଓ କରୋନା କେବେ ଯିବ ଜଣାନାହିଁ ହେଲେ ଏପରି କାମ କରିବାର ଶୈଳୀ କିଛି କମ୍ପାନୀ ଲାଗୁ କରିପାରନ୍ତି । ତେଣୁ ଏହାକୁ ନେଇ କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଜଣେ ଘରୁ ରହି କାମ କଲେ କେତେ ସମୟ କାମ କରିବ ତାହା ନିର୍ଦ୍ଦାରଣ ନଥିଲା ।

ଏବେ ସରକାର ଆଇନ ଆଣି ଏହାର ଅବଧି ସ୍ଥିର କରିବାକୁ ଯୋଜନା କରିଛନ୍ତି । ସେହିପରି ବିଜୁଳି ବିଲ୍, ଇଂଟନରେଟ୍ ବିଲ ଆଦି କାମ କରାଉଥିବା ସଂସ୍ଥା ବହନ କରିବ ବୋଲି ଜଣାପଡିଛି । ଏହି ଆଇନ ଆଣିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଥିବା ସୂଚନା ରହିଛି । ଏପରିକି ନିଯୁକ୍ତି ଦାତାଙ୍କ ସୁରକ୍ଷା ବାବଦରେ ମଧ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି । ବିଶ୍ୱର ଅନେକ ଦେଶ ୱାର୍କ ଫ୍ରମ୍ ହୋମ୍ କାର୍ଯ୍ୟଶୈଳୀକୁ ନେଇ ଆଇନ୍ ଆଣିବାକୁ ଯାଉଛନ୍ତି । ତେଣୁ କେନ୍ଦ୍ର ସରକାର ମଧ୍ୟ ଦୁନିଆ ସହିତ ତାଳ ଦେଇ କାମ କରିବା ପାଇଁ ଏପରି ଆଇନ୍ ଆଣିବାକୁ ଚିନ୍ତା କରୁଥିବା ସୂଚନା ରହିଛି ।