ପିଆଜ ପାଇଁ କାନ୍ଦୁଥିବା ଖାଉଟିଙ୍କ ଆଖିରୁ ଲୁହ ପୋଛିବେ ସରକାର ! ପିଆଜ ଦରକୁ କମ୍ କରିବା ପାଇଁ ନେଉଛନ୍ତି ଏଭଳି ପଦକ୍ଷେପ , ୨୪ ଟଙ୍କାରେ ଖାଉଟି କିଣିପାରିବେ ପିଆଜ ।

742

ପିଆଜର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ପିଆଜ କିଣିବାକୁ ଗଲେ ପକେଟ୍ ଉପରେ ପଡୁଛି ବୋଝ । ଆଉ ଲୋକଙ୍କ ଏହି ଅସୁବିଧାକୁ ଦେଖି ସରକାରଙ୍କ ତରଳିଛି ମନ । କେନ୍ଦ୍ର ଖାଦ୍ୟ ଏବହ ଅପୂର୍ତ୍ତି ମନ୍ତ୍ରୀ ରାମବିଲାସ ପାସବାନ୍ କହିଛନ୍ତି କେନ୍ଦ୍ର ସରକାରଙ୍କ ପାଖରେ ପିଆଜର ପର୍ଯ୍ୟାପ୍ତ ଷ୍ଟକ୍ ରହିଛି । ଏବେ ପର୍ଯ୍ୟନ୍ତ କେନ୍ଦ୍ର ତ୍ରିପୁରାକୁ ୧୮୫୦ ଟନ୍ , ହରିୟାଣାକୁ ୨୦୦୦ ଟନ୍ ଏବଂ ଆନ୍ଧ୍ରପ୍ରଦେଶକୁ ୯୬୦ ଟନ୍ ର ପିଆଜ ତକ୍ରାଳ ୧୫.୫୯ ଟଙ୍କା ପ୍ରତି କିଲୋ ହିସାବରେ ଦେଇଛନ୍ତି । ଏହା ୨୩.୯୦ ଟଙ୍କା ପ୍ରତି କିଲୋ ହିସାବରେ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯିବ । ଏତଦ୍ ବ୍ୟତୀତ ଯେଉଁ ରାଜ୍ୟରେ ଲୋକଙ୍କୁ ଯେତେ ପିଆଜର ଆବଶ୍ୟକତା ପଡିବ ସରକାର ତାଙ୍କୁ ପିଆଜ ଯୋଗାଇଦେବେ ।

୮୦-୯୦ ଟଙ୍କା କିଲୋ ପ୍ରତି ପହଁଚି ଯାଇଛି ପିଆଜର ଦାମ୍ :

ଦେଶର ବିଭିନ୍ନ ରାଜ୍ୟରେ ଏହାର ଭିନ୍ନ ଭିନ୍ନ ଦର ରହିଛି । କେଉଁଠି ୫୦ -୫୫ ଥିବାବେଳେ ଆଉ କେଉଁଠି ୬୫ ତ ଆଉ କେଉଁଠି ୮୦-୯୦ ଟଙ୍କା କିଲୋ ପ୍ରତି ପିଆଜ କିଣି କାନ୍ଦୁଛନ୍ତି ଖାଉଟି । ଆପଣଙ୍କୁ କହିରଖୁଛୁ ୨୦ ଦିନ ଭିତରେ ପିଆଜର ଏଭଳି ଦାମ୍ କୁ ସହ୍ୟ କରିବା କଷ୍ଟକର ହୋଇପଡିଲାଣି । ପ୍ରଥମେ ପ୍ରଥମେ ୩୦ ରୁ ୪୦ ଟଙ୍କା ଥିବା ପିଆଜ ଏବେ ୮୦ ଟଙ୍କାରେ ବିକ୍ରି ହେଉଛି ।

ଦାମ୍ ବଢିବାର କାରଣ :

ଦକ୍ଷିଣ ଭାରତ ଏବଂ ମଧ୍ୟପ୍ରଦେଶରେ ଲଗାତାର ବର୍ଷା ହେବା କାରଣରୁ ପିଆଜର ଉତ୍ପାଦନରେ କମ୍ ହୋଇଛି । ଦକ୍ଷିଣ ଭାରତରେ ପିଆଜ ଫସଲ ବରବାଦ୍ ହୋଇଯାଇଛି । ପିଆଜ ଉତ୍ପାଦନରେ ସବୁଠାରୁ ଭଲ ଫସଲ କରୁଥିବା ନାସିକ ସହରରେ ମଧ୍ୟ ଲଗାଣ ବର୍ଷା କାରଣରୁ ୨ ସପ୍ତାହ ପରେ ଫସଲ ଲଗାଯାଇଥିଲା । ଯେଉଁଥିପାଇଁ ପିଆଜ ଦର ଆକାଶଛୁଆଁ ହୋଇଛି ।