ଦେଶକୁ ଓମିକ୍ରନ୍ ଭୟ । ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସରକାରଙ୍କ ବିଚାରବିମର୍ଷ ।

Advertisment
ଦେଶକୁ ଓମିକ୍ରନ୍ ଭୟ । ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସରକାରଙ୍କ ବିଚାରବିମର୍ଷ ।

କନକ ବ୍ୟୁରୋ: ଦେଶକୁ ବିଦେଶୀ ଫେରନ୍ତାଙ୍କ ଠାରେ ପଜିଟିଭି ମିଳିବା ଘଟଣା ଭାରତ ସରକାରଙ୍କ ନିଦ ହଜାଇ ଦେଇଛି । ଦେଶର ୧୨୫ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁୁ ଟିକାକରଣ ସରିଥିବାବେଳେ ପିଲାମାନଙ୍କୁ (୧୨ରୁ ୧୫ ବର୍ଷ) ଙ୍କୁ ଟିକାକରଣ ଉପରେ ବିଚାରବିମର୍ଷ ଆରମ୍ଭ କରିଛନ୍ତି ସରକାର ।

କୋଭିଡ୍‌-୧୯ର ନୂତନ ପ୍ରଜାତି ଓମିକ୍ରନ୍ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ପରିପ୍ରେକ୍ଷୀରେ ଭାରତ ସରକାର ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ନେଇ ସମସ୍ତ ବୈଜ୍ଞାନିକ ତଥ୍ୟର ଅନୁଶୀଳନ କରୁଥିବା ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି। ପାୱାର ଶୁକ୍ରବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, କୋଭିଡ୍‌-୧୯ ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଦଳ ଓ ଟିକାକରଣର ଜାତୀୟ ବୈଷୟିକ ଉପଦେଷ୍ଟାମଣ୍ଡଳୀ ବର୍ତ୍ତମାନ ୧୨ରୁ ୧୭ ବର୍ଷର ପିଲାମାନଙ୍କୁ ଟିକା ଦେବା ସମ୍ପର୍କିତ ସମସ୍ତ ବୈଜ୍ଞାନିକ ଦିଗ ବିଷୟରେ ତର୍ଜମା କରୁଛନ୍ତି।

ଶିଶୁ ଓ କିଶୋରଙ୍କୁ ଟିକା ଦେବା ପାଇଁ ବାହାରୁ କୌଣସି ଟିକା ଆମଦାନି ପ୍ରସ୍ତାବ ଏବେ ବିଚାରାଧୀନ ନାହିଁ ବୋଲି ସେ କହିଥିଲେ। ପିଲାଙ୍କ ପାଇଁ ଟିକା ଆମଦାନି ବିଷୟରେ ପ୍ରଶ୍ନର ଉତ୍ତର ଦେଇ ପାୱାର କହିଥିଲେ ଯେ, କାଡିଲା ହେଲ୍‌ଥ କେୟାର ଦ୍ବାରା ପ୍ରସ୍ତୁତ ଜାଇକୋଭ୍-ଡି ଟିକାକୁ ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବା ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛି। ୨ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ପାଇଁ ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ ଉପରେ ୨ୟ ଓ ୩ୟ ପର୍ୟ୍ୟାୟ କ୍ଳିନିକାଲ ଟେଷ୍ଟ ଜାରି ରହିଛି। ଏ ପର୍ୟ୍ୟନ୍ତ ଏହା ନିରାପଦ ଓ ଫଳପ୍ରଦ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe