ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବାର ପ୍ରକ୍ରିୟା ହେଲା ସରଳ : ଘରେ ବସି କରିପାରିବେ ରି-ଭେରିଫିକେସନ୍‌ ପ୍ରକ୍ରିୟା

Advertisment
ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବାର ପ୍ରକ୍ରିୟା ହେଲା ସରଳ : ଘରେ ବସି କରିପାରିବେ ରି-ଭେରିଫିକେସନ୍‌ ପ୍ରକ୍ରିୟା

source-http://images.financialexpress.com

publive-imageସରକାର ସିମ୍‌ କାର୍ଡକୁ ଆଧାର ସହିତ ସଂଯୋଗ କରିବାର ପ୍ରକ୍ରିୟାକୁ ସରଳ କରିଦେଇଛନ୍ତି ବୋଲି ବୁଧବାର ଏକ ଖବର ପ୍ରକାଶ ପାଇଛି । ଏକ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଧାର-ମୋବାଇଲ୍‌ ରି-ଭେରିଫିକେସନ୍‌ ପ୍ରକ୍ରିୟାକୁ ସହଜ କରାଯିବା ସହିତ ମୋବାଇଲ ବ୍ୟବହାରକାରୀ ଘରେ ବସି ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିପାରିବେ । ମୋବାଇଲ ସହିତ ଆଧାର ଲିଙ୍କ କରିବା ପାଇଁ ସରକାର ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ପ୍ରଦାନ ମାଧ୍ୟମରେ ଘରେ ବସି ରି-ଭେରିଫିକ୍ସେନ୍‌ ସୁବିଧା ପ୍ରଦାନ କରିଛନ୍ତି। ଏଯାବତ୍‌ ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବାପାଇଁ ଏନରୋଲମେଣ୍ଟ ସେଣ୍ଟର ଯିବା ପାଇଁ ପଡ଼ୁଥିଲା।

publive-imageମୋବାଇଲ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦିଆଯିବ କି ଖୁବ୍‌ ଶୀଘ୍ର ସେମାନେ ରି-ଭେରିଫିକେସନ୍‌ ସୁବିଧା ମୋବାଇଲ ବ୍ୟବହାରକାରୀଙ୍କୁ ଘରେ ହିଁ ଉପଲବ୍ଧ କରାଇବେ। ଏଥିପାଇଁ ଅନ୍‌ଲାଇନ୍‌ ଜରିଆରେ ଏପରି ସୁବିଧାମାନ ଦିଅନ୍ତୁ, ବ୍ୟବହାରକାରୀଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ। ଏହାର ଫାଇଦା ବିଶେଷ ଭାବେ ବରିଷ୍ଠ ନାଗରିକ, ରୋଗୀ, ଦିବ୍ୟାଙ୍ଗ ଆଦିଙ୍କୁ ମିଳିପାରିବ।

ନୂତନ ମୋବାଇଲ ନମ୍ବର ନେବା ବେଳେ ଆଧାରକାର୍ଡ ପୂର୍ବରୁ ଅନିବାର୍ଯ୍ୟ ଥିଲା। ବର୍ତ୍ତମାନ ସରକାର ବ୍ୟବହାରକାରୀଙ୍କୁ ନିଜର ସିମ୍‌ ସହିତ ଆଧାର ଯୋଡ଼ିବା ପାଇଁ କହିଛନ୍ତି। ଏଥିପାଇଁ ଟେଲିକମ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ମୋବାଇଲ ଗ୍ରାହକଙ୍କୁ ଓଟିପି ସୁବିଧା ଦେବାର ପ୍ରକ୍ରିୟା ଆରମ୍ଭ କରାଯାଉ। ଅପରେଟର୍ସଙ୍କୁ ଏଥିପାଇଁ ଏସ୍‌ଏମଏସ୍‌ କିମ୍ବା ଆଇବିଆରଏସ୍‌ କିମ୍ବା ମୋବାଇଲ ଆପର ବ୍ୟବହାର କରିବାକୁ କୁହାଯାଇଛି।

ଏଯାବତ୍‌ ଆଧାରର ଡାଟାବେସ୍‌ରେ ୫୦କୋଟି ମୋବାଇଲ ନମ୍ବର ପଞ୍ଜିକୃତ ହୋଇସାରିଛି। ଏହାର ରି-ଭେରିଫିକେସନ୍‌ ଓଟିପି କିମ୍ବା ବିଆରଏସ୍‌ ଜରିଆରେ ହୋଇପାରିବ। ଏଜେଣ୍ଟମାନଙ୍କୁ ଭେରିଫିକେସନ୍‌ କରିବା ସହିତ ନୂତନ ନମ୍ବର ଦେବା ମାମଲାରେ ସରକାର ଟେଲିକମ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, କୌଣସି ବ୍ୟବହାରକାରୀଙ୍କ ସମ୍ପୂର୍ଣ୍ଣ ଇ-କେଓ୍ଵାଇସି ସୂଚନା ଏଜେଣ୍ଟଙ୍କ ନଜର ଆସିବା କଥା ନୁହେଁ। ଏହା ଏଥିପାଇଁ କରାଯାଉଛି କି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନ ରହିପାରିବ । ଏଥିସହିତ ଜଣକ ତଥ୍ୟ ଥିବା କୌଣସି ସିମ୍‌କୁ ଅନ୍ୟ କେହି ବ୍ୟବହାର କରି ପାରିବେ ନାହିଁ। ଏଜେଣ୍ଟଙ୍କ କମ୍ପ୍ୟୁଟର କିମ୍ବା ଡିଭାଇସରେ ବ୍ୟବହାରକାରୀଙ୍କ ଡାଟା ଷ୍ଟୋର କରାଯାଇ ପାରିବ ନାହିଁ। ୨୦୧୮ ସୁଦ୍ଧା ଏହି ରି-ଭେରିଫିକେସନ୍‌ ପ୍ରଣାଳୀକୁ ଶେଷ କରିବାର ଯୋଜନା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe