କନକ ବ୍ୟୁରୋ: ଆମ ରାଜ୍ୟର ଅଧିକାଂଶ ପିଲା ଓଡିଆ ମାଧ୍ୟମ ସ୍କୁଲରେ ପାଠ ପଢ଼ନ୍ତି । କିନ୍ତୁ ଓଡ଼ିଆ ମାଧ୍ୟମରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ଘରୋଇ ସଂସ୍ଥାର ସର୍ଭେକ୍ଷଣ ଏବଂ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ରଖିଥିବା ଉତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ଛାତ୍ରଛାତ୍ରୀମାନେ ଗଣିତ, ଇଂରାଜୀ ଏବଂ ସାଧାରଣ ବିଜ୍ଞାନ ବିଷୟରେ ଦୁବର୍ଳ ଅଛନ୍ତି । ଯାହାକୁ ନେଇ ଆଜି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Advertisment
  • ଓଡ଼ିଆ ସ୍କୁଲରେ ଏମିତି ପାଠ ପଢ଼ୁଛନ୍ତି ଆମ ପିଲା
  • ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନରେ ପିଲା ଦୁର୍ବଳ
  • ଚିନ୍ତା ବଢ଼ାଇଲା ସରକାରୀ ଓ ଘରୋଇ ସଂସ୍ଥାର ତଥ୍ୟ

ଓଡ଼ିଆ ମାଧ୍ୟମରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ଘରୋଇ ସଂସ୍ଥାର ସର୍ଭେକ୍ଷଣ ଏବଂ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ରଖିଥିବା ଉତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ଛାତ୍ରଛାତ୍ରୀମାନେ ଗଣିତ, ଇଂରାଜୀ ଏବଂ ସାଧାରଣ ବିଜ୍ଞାନ ବିଷୟରେ ଦୁବର୍ଳ ଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ

  • ସରକାରୀ ସ୍କୁଲରେ ହୋଇଥିବା ବିଭିନ୍ନ ସର୍ବେକ୍ଷଣରୁ ଏହା ଜଣାପଡିଛି
  • ହାଇସ୍କୁଲର ୟୁନିଟ୍ ଟେଷ୍ଟରେ ଛାତ୍ରଛାତ୍ରୀମାନେ ୩ଟି ବିଷୟରେ ଖରାପ ନମ୍ବର ରଖୁଛନ୍ତି
  • ପିଲାମାନେ ଗଣିତରେ ସବୁଠାରୁ ଅଧିକ ଦୁର୍ବଳ
  • ତାପଛକୁ ଦ୍ୱିତୀୟରେ ପିଲାମାନେ ଇଂରାଜୀରେ କମ ନମ୍ବର ରଖୁଛନ୍ତି
  • ତୃତୀୟରେ ପିଲାମାନେ ଜିକେ ବା ସାଧାରଣଜ୍ଞାନରେ କମ ନମ୍ବର ରଖୁଛନ୍ତି

ଏହି ତଥ୍ୟକୁ ନେଇ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସ୍କୁଲକୁ ରଙ୍ଗ ମାରିଦେଲେ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାର ମାନ ବଦଳିବ ନାହିଁ । ଏପଟେ ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ରଖି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ବିକାଶ ପାଇଁ ଦରକାରୀ ଅତିରିକ୍ତ ପାଠପଢ଼ା, ଛାତ୍ରଛାତ୍ରୀଙ୍କ ନିରୀକ୍ଷଣ, ୟୁନିଟ୍୍ ଟେଷ୍ଟ ଏବଂ ପାଠପଢ଼ାର ସମୀକ୍ଷା ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହା ବ୍ୟତୀତ ଫାଇଭ୍-ଟି ଅଧୀନରେ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସ୍, ସାଇନ୍ସ ଲ୍ୟାବ୍ ଏବଂ ଡିଜିଟାଲ ଲାଇବ୍ରେରୀ ଯୋଗଇ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି ବୃଦ୍ଧି କରାଯାଉଛି । ତେବେ ଦେଖିବାର କଥା ଗଣଶିକ୍ଷା ବିଭାଗର ଏହି ଉଦ୍ୟମ ଆଗକୁ କେତେ ସଫଳତା ଆଣୁଛି?