ଏମିତି ସରକାରୀ ସ୍କୁଲ ଦେଖିଲେ ଲାଖିଯିବ ଆଖି । କୋଉ ଘରୋଇ ସ୍କୁଲଠାରୁ କମ ନୁହେଁ ମାଲକାନଗିରିର ଏହି ସ୍କୁଲ ।

Advertisment
ଏମିତି ସରକାରୀ ସ୍କୁଲ ଦେଖିଲେ ଲାଖିଯିବ ଆଖି । କୋଉ ଘରୋଇ ସ୍କୁଲଠାରୁ କମ ନୁହେଁ ମାଲକାନଗିରିର ଏହି ସ୍କୁଲ ।

କନକ ବ୍ୟୁରୋ: କୋରୋନା କାଳରେ ବିନା ପରିକ୍ଷାରେ ମାଟ୍ରିକ ପରିକ୍ଷା ଫଳ ପ୍ରକଶା ପରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ଏକ ପ୍ରକାର ବାକ୍ ଯୁଦ୍ଧ ଲାଗି ରହିଛି । ସୋସିଆଲ ମିଡିଆରେ ଆଲୋଚନା ପର୍ଯ୍ୟାଲୋଚନା ଥମିବାର ନାଁ ଧରୁନି । ଏପରି ସ୍ଥିତିରେ ଆଜି ଆମେ ଏମିତି ଏକ ସରକାରୀ ବିଦ୍ୟାଳୟର ଚିତ୍ର ଦେଖାଇବୁ, ଯାହା ଏକ ଭିନ୍ନ ଚିତ୍ର ବୟାନ କରୁଛି । ବିଦ୍ୟାଳୟଟି ଏକ ଇଂରାଜୀ ବା ଘରୋଇ ବିଦ୍ୟାଳୟର ଭ୍ରମ ସୃଷ୍ଟି କରୁଛି । ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଦିବାସୀ ଇଲାକାରେ ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ସ୍ଥାନ ପାଇ ପାରିଛି ମାଂଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

ସୁନ୍ଦର ପରିବେଶ ସାଙ୍ଗକୁ ସବୁ କିଛି ସୁବ୍ୟବସ୍ଥିତ । ଗଛ ଲତା ସାଙ୍ଗକୁ ମହାପୁରୁଷଙ୍କ ପ୍ରତିମୁର୍ତୀ ଓ ଫଟୋ ଚିତ୍ରରେ ସୁସଜିତ କାନ୍ଥ ବାଡ । ଏହେଉଛି ମାଲକନଗିରି ଜିଲ୍ଲା ଏକ ସରକାରୀ ବିଦ୍ୟାଳୟର ଚିତ୍ର । କାଲିମେଳା ବ୍ଲକ ଅନ୍ତର୍ଗତ ମାଙ୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଦାତ୍ରୀ ମାଆ ସରସ୍ୱାତୀ ଓ ବିଘ୍ନ ବିନାଶକ ଗଣେଶଙ୍କ ଠାରୁ ଆରମ୍ଭ କରି ବହୁ ମହାପୁରୁଷଙ୍କ ପ୍ରତିମୂର୍ତି ରହିଛି । ବିଦ୍ୟାଳୟ ପ୍ରବେଶ କରିବା ମାତ୍ରେ ଆହେ ନୀଳ ଶୈଳର ସୁନ୍ଦର ଚିତ୍ର ସାଙ୍ଗକୁ ଗଜ ଉଦ୍ଧାରଣ ଦୃଶ୍ୟ ଆପଣଙ୍କୁ ବିଦ୍ୟାଳୟ ଭିତରକୁ ଟାଣି ନେବ । ଏହାସହ ପିଲାଙ୍କ ଜାଣିବା ଉଦେଶ୍ୟରେ ସ୍କୁଲ କାଂଥରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜିଲ୍ଲାପାଳ ଓ ବିଡିଓ, ତହସିଲଦାରଙ୍କ ନାଁ ଓ ଫଟୋ ଚିତ୍ର ସ୍ଥାନିତ ହୋଇଛି । ବିଦ୍ୟାଳୟ କାନ୍ଥରେ ଲାଲ କିଲା ଅଙ୍କା ଯାଇ ଥିବା ବେଳେ ବିଦ୍ୟାଳୟ ବାହାରେ ବାୟୁ ବୀର ଅଭିନନ୍ଦନ ବର୍ତମାନଙ୍କ ବୀରତ୍ୱର ଗାଥାକୁ ଦର୍ଶା ଯାଇଛି ।

ଉଭୟ ଓଡିଶା ଅକ୍ଷର ଅ.. ଆ.. ଠାରୁ ଆରମ୍ଭ କରି ଇଂରାଜୀ ଅକ୍ଷର ଏ. ବି, ସି, ଡି ଯାଏଁ, ପିଲାଙ୍କ ଶିକ୍ଷାଦାନ ଲାଗି ଉତମ ବାତାବରଣ କ୍ଷେତ୍ରରେ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ପଛରେ ପଡିଯିବ ଏହି ସରକାରୀ ସ୍କୁଲ ଆଗରେ । ବିଦ୍ୟାଳୟର ଏହି ସୁବ୍ୟବସ୍ଥା ପଛରେ ରହିଛି ବିଦ୍ୟଳାୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଝାଳ ବୁହା ପରିଶ୍ରମ । ଖୋଦ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ଗତ ୫ ବର୍ଷ ଧରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ସେଇଥି ପାଇଁ ତ ବିଦ୍ୟାଳୟ ସୌନ୍ଦର୍ଯ୍ୟ ସହ ରେଜଲ୍ଟ କ୍ଷେତ୍ରରେ ମଧ୍ୟ ବେଶ ସୁନାମ ଅର୍ଜନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe