କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଉପାନ୍ତ କାଲିମେଳା ବ୍ଳକ ଠାରୁ ୫୦ କିମି ଦୂର ଘାଟି ଉପରେ ଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଭଂଗା ମାଟି କାନ୍ଥ। ଘର ଚାରିପଟେ ବାଉଁଶ ତାଟି। ବର୍ଷାରେ ଘର ଭିତରେ ପାଣି ଗଳୁଛି। ବାରଣ୍ଡାରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଏହି ଦୃଶ୍ୟ ହେଉଛି କାଲିମେଳା ଏଲକାନୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ୧୫ ଜଣ ଶିକ୍ଷାର୍ଥୀ ଓ ୨ ଜଣ ଶିକ୍ଷକ ଅଛନ୍ତି। ହେଲେ ପ୍ରତିଦିନ ୪ରୁ ୫ ଜଣ ପିଲା ଆସୁଛନ୍ତି। ଶିକ୍ଷକ ୨ଜଣ ପାଳି କରି ଆସୁଥିବା ଜଣାପଡ଼ିଛି। ସେପଟେ ଆଉ ଏକ ଦୁର୍ବଳ ବିଦ୍ୟାଳୟ ହେଉଛି ଘାଟିଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ। ଜଣେ ମାତ୍ର ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟକୁ ଆସିଥାନ୍ତି ୧୮ ଜଣ ପିଲା। ଯଦି କୌଣସି କାରଣର ଶିକ୍ଷକ ଛୁଟିରେ ରୁହନ୍ତି, ତେବେ ସ୍କୁଲରେ ତାଲା ପଡେ ।
୬୦ ପିଲାଙ୍କୁ ଜଣେ ଶିକ୍ଷକ। ଗୋଟିଏ ଶ୍ରେଣୀଗୃହରେ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ପିଲା। ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବଷ୍ୟତ। ଗୋଟିଏ ଶିକ୍ଷକରେ ଚାଲିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ପିପଲଗୁଡ଼ା ପ୍ରାଥମିକ ବିଦ୍ୟାଳୟ। ୧୯୫୮ରେ ସ୍ଥାପିତ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି। ଶିକ୍ଷାର ବିକାଶ ନାଁରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପାଇଁ ଏହା ସାତ ସପନ ପାଲଟିଛି।
ଶିକ୍ଷକ ଶୂନ୍ୟ ଫାଇଭ-ଟି ସ୍କୁଲ । ଛାତ୍ରଛାତ୍ରୀଙ୍କୁ ଭରସା ଅତିଥି ଶିକ୍ଷକ। ବାଲେଶ୍ୱର ବାଲିଆପାଳ ବ୍ଲକ ହାସିମପୁର ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୁର୍ବ ସରକାର ଫାଇଭ-ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ରୁପରେଖ ବଦଳାଇ ଦେଇଛନ୍ତି। ସ୍ମାର୍ଟ କ୍ଲାସରୁମ,ଏଲଇଡି ବ୍ଲାକ ବୋର୍ଡ, ଇ- ଲାଇବ୍ରେରୀ, କମ୍ୟୁଟର ସଙ୍ଗକୁ ବିଭିନ୍ନ ଅସବାବ ପାତ୍ର ଯୋଗାଇ ଦିଆଯାଇଛି। ନୂଆ କୋଠା ତିଆରି କରି ବିଦ୍ୟାଳୟ ପରିବେଶ ଚକାଚକ୍ କରାଯାଇଛି। କିନ୍ତୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଶୁନ। ଜଣେ ବି ସ୍ଥାୟୀ ଶିକ୍ଷକ ନାହାନ୍ତି। ଫଳରେ ଅବସରପ୍ରାପ୍ତ ୪ ଜଣ ଅତିଥି ଶିକ୍ଷକଙ୍କ ଭରସାରେ ପ୍ରତିଦିନ ବିଦ୍ୟାଳୟ ଆସୁଛନ୍ତି ୩ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/24-13.jpg)