ଚାଇଲ୍ଡ ପର୍ନୋଗ୍ରାଫିର ଭିଡିଓ କିମ୍ବା ଲିଙ୍କ ସେୟାର କଲେ ହେବ ଜେଲ୍ । କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି ।

775

କନକ ବ୍ୟୁରୋ : ଇଂଟରନେଟ୍ ବ୍ୟବହାରକାରୀ ସାବଧାନ । ଭୁଲରେ ମଧ୍ୟ ଇଣ୍ଟରନେଟରେ ସର୍ଚ୍ଚ କରନ୍ତୁ ନାହିଁ ଚାଇଲ୍ଡ ପର୍ନୋଗ୍ରାଫି । ଏବଂ ଏହା ସମ୍ବନ୍ଧିତ କୌଣସି ବି ଲିଙ୍କ କିମ୍ବା ଭିଡିଓ କାହାରିକୁ ପଠାନ୍ତୁ ନାହିଁ । ଯଦି ଆପଣ ଏପରି କରୁଛନ୍ତି, ତେବେ ଆପଣଙ୍କ ମୋବାଇଲ, କିମ୍ବା କମ୍ପ୍ୟୁଟର ଏବଂ ଲାପଟପ୍ ଏକ ଗୁଇନ୍ଦା ଏଜେନ୍ସିର ରାଡାରକୁ ଚାଲିଆସିବ । ଚାଇଲ୍ଡ ପର୍ନୋଗ୍ରାଫି ଉପରେ ରୋକ ଲଗାଇବା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ଦେଶରେ କୌଣସି ବି ସ୍ଥାନରେ ଯଦି ଇଣ୍ଟରନେଟରେ ଏଭଳି କିଛି ସର୍ଚ୍ଚ କରାହୁଏ, ତେବେ ଏହାର ସୂଚନା ଏହି ଗୁଇନ୍ଦା ଏଜେନ୍ସି ନିକଟକୁ ଚାଲିଆସିବ । ଆଉ ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

ଚାଇଲ୍ଡ ପର୍ନୋଗ୍ରାଫି ସମ୍ବନ୍ଧିତ କୌଣସି ବି ଭିଡିଓ ତଥା ଲିଙ୍କ୍ ଡାଉନଲୋଡ କିମ୍ବା ସେୟାର କଲେ, ଅଭିଯୁକ୍ତଙ୍କ ବିରୋଧରେ ଆଇଟି ଆକ୍ଟର ଧାରା ୬୭-ବିରେ ମାମଲା ଦାୟର କରାଯିବ । ଆଉ ଏଥିରେ ଅଭିଯୁକ୍ତଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।