କନକ ବ୍ୟୁରୋ : ଅନଲାଇନ ପାଠପଢାକୁ ଦୃଷ୍ଟିରେ ରଖି ସରକାର ମାଗଣାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ ଦେଉଛନ୍ତି । ଦିଆଯାଇଥିବା ଲିଙ୍କ୍ ଖୋଲି ନମ୍ବର ରେଜିଷ୍ଟ୍ରେସନ କଲେ ପାଇପାରିବେ ମାଗଣା ଲାପଟପ । ଆପଣଙ୍କ ନମ୍ବରରେ ଲକ୍ଷେ ଟଙ୍କାର ଲଟେରୀ ଉଠିଛି, ଦିଆଯାଇଥିବା ଆପରେ ନମ୍ବର ପଞ୍ଜିକୃତ କରନ୍ତୁ ଓ ଲକ୍ଷେ ଟଙ୍କା ପାଆନ୍ତୁ । ମୋବାଇଲକୁ ଆସୁଥିବା ଏଭଳି ମେସେଜ ଉପରେ  ଥରେ  ଯଦି ଆପଣ ବିଶ୍ୱାସ କରିନିଅନ୍ତି ତେବେ ଆକାଉଣ୍ଟ ଖାଲି ହୋଇଯିବ । ଏଭଳି ଠକାମୀର ଶିକାର ହେବା ପୂର୍ବରୁ ହୁଅନ୍ତୁ ସାବଧାନ ।

Advertisment

କାରଣ ଦେଶରେ ଲଗାତାର ବଢୁଛି ଅନଲାଇନ ଠକେଇ । ଆପଣଙ୍କ ଟିକିଏ ଭୁଲ ପାଇଁ ଅଜାଣତରେ ଖାଲି ହୋଇଯିବ ଆକାଉଣ୍ଟ । ଦେଶରେ ଅନଲାଇନ କାରବାର ଓ ସ୍ମାର୍ଟଫୋନର ବ୍ୟବହାର ଯେତେ ଅଧିକ ବଢୁଛି ଠକେଇ ମଧ୍ୟ ସମପରିମାଣରେ ବଢିଚାଲିଛି । ପ୍ରତିଦିନ ମୋବାଇଲକୁ ଭିନ୍ନ ଭିନ୍ନ ନମ୍ବରରୁ ମେସେଜ ସହ ଲିଙ୍କ୍ ଆସୁଛି । ତେବେ ଯଦି ଏହି ଲିଙ୍କରେ ଆପଣ କ୍ଲିକ କରିବେ ତେବେ କିଛି ସମୟ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି । ସେହିଭଳି କିଛି ୱେବସାଇଟ ମାଧ୍ୟମରେ ଲୋଭ ଦେଖାଇ ମଧ୍ୟ ଟଙ୍କା ଚଳୁ କରିନେଉଛନ୍ତି ସାଇବର ଠକ । ଯାହାକୁ ଦୃଷ୍ଟିରେ ରଖି ସରକାର କିଛି ନକଲି ୱେବସାଇଟର ତାଲିକା ଜାରି କରିଛନ୍ତି ।  ଜାରି ହୋଇଥିବା ୱେବସାଇଟ ଯଦି ଆପଣ ବ୍ୟବହାର କରୁଥାନ୍ତି ତେବେ ଠକାମୀର ଶିକାର ହେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ ।

ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କୁ ସର୍ତକ କରି ଆସୁଥିବା ପିଆଇବି ପକ୍ଷରୁ ୬ଟି ୱେବସାଇଟର ତାଲିକା ଜାରି କରାଯାଇଛି ଓ ଏହି ୱେବସାଇଟ ବ୍ୟବହାର ନ କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । କାରଣ ଯଦି ଏହି ୱେବସାଇଟରେ ଦିଆଯାଇଥିବା ଲିଙ୍କରେ ଯଦି ଆପଣ କ୍ଲିକ୍ କରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ କ୍ଷଣିକରେ ଟଙ୍କା ଗାଏବ କରିଦେବେ ସାଇବର ଠକ । ତେବେ ଠକାମୀର ଶିକାର ହେବା ପୂର୍ବରୁ ଥରେ ନଜର ପକାଇ ନିଅନ୍ତୁ ଏହି ନକଲି ୱେବସାଇଟ ଉପରେ ।

ନକଲି ୱେବସାଇଟ୍

>> http://centralexcisegov.in/aboutus.php

>> https://register-for-your-free-scholarship.blogspot.com/

>> https://kusmyojna.in/landing/

>> https://www.kvms.org.in/

>> https://www.sajks.com/about-us.php

>> https://register-form-free-tablet.blogspot.com/

ଯଦି ଏହି ୱେବସାଇଟ ଗୁଡିକ ଆପଣ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ପିଆଇବି ପକ୍ଷରୁ ଅଧିକାଂଶ ସମୟରେ ଏଭଳି ସର୍ତକ ସୂଚନା ଜାରି କରିବା ପଛର ସବୁଠୁ ବଡ କାରଣ ହେଉଛି, ସାଧାରଣ ଲୋକ ଯେପରି ଠକାମୀର ଶିକାର ନ ହୁଅନ୍ତୁ ।