ସରକାର ଦେଉଛନ୍ତି ଚାକିରି । ଅଷ୍ଟମ ପାସରୁ କମ୍ ପଢିଥିବା ଯୁବକଙ୍କୁ ରୋଜଗାର ଦେବେ ସରକାର । ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

61

୫୪ କନେଷ୍ଟବଳ ଡ୍ରାଇଭର, ମେକାନିକ୍ସ ଏବଂ ଫଲୋଅର ପଦବୀରେ ଭର୍ତ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯଦି ଆପଣ ସିକ୍କିମ ପୁଲିସରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସମସ୍ତ ପବଦୀ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନ କରିବାର ଶେଷ ଅବଧି ୬ ଜୁନ୍ ୨୦୧୮ । ତେବେ, ଏହିସବୁ ପଦବୀ ପାଇଁ ଆବେଦନ କରିବାର ଶିକ୍ଷାଗତ ଯୋଗ୍ୟତା ରହିଛି ଅଷ୍ଟମ ଶ୍ରେଣୀରୁ କମ୍ । ଅର୍ଥାତ୍ ଆଶାୟୀପ୍ରାର୍ଥୀ ଷଷ୍ଠ ଶ୍ରେଣୀ ପାସ୍ ହୋଇଥିବା ଜରୁରୀ ।

ସେହିପରି କନେଷ୍ଟବଳ ମେକାନିକ୍ ପାଇଁ ୧୦ମ ପାସ୍ ସହ ବୈଧ ଡ୍ରାଇଭିଂ ଲାଇସେନ୍ସ ଉଭୟ ପରିବହନ ଏବଂ ଆଇଟିଆଇ ପ୍ରମାଣପତ୍ର ସିକ୍କିମ ସରକାର ଦ୍ୱାରା ପ୍ରାପ୍ତ ହୋଇଥିବା ଆବଶ୍ୟକ । ସମକକ୍ଷ୍ୟ ପାଠ୍ୟକ୍ରମ ପାଇଁ ଏବଂ ଏହାଠରୁ ଅଧିକ ସୂଚନା ପାଇଁ ଆପଣ ବିଭାଗ ସହ ଜଡିତ କୌଣସି ବି ଆଧିକାରୀକ ୱେବସାଇଟକୁ ଯାଇ ଜାଣିପାରିବେ ।

ବୟସ ସୀମା- ଏଥିରେ ଭର୍ତ୍ତି ହେବାକୁ ଆବେଦନ କରିଥିବା ଆଶାୟୀପ୍ରାର୍ଥି ବୟସ ସାମୀ ୧୮ରୁ ୨୫ ବର୍ଷ ମଧ୍ୟରେ ରଖାଯାଇଛି ।

ଚୟନ ପ୍ରକ୍ରିୟା- ଶାରିରୀକ ସହନ ଶକ୍ତି ଏବଂ ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷାକୁ ଆଧାର କରି କରାଯିବ । ଏବଂ ଏଥିପାଇଁ ଶାରୀରିକ ଆବଶ୍ୟକତା କିଛି ଏଭଳି ରଖାଯାଇଛି ।

ଓଜନ- ୫୦ କେ.ଜି ସର୍ବନିମ୍ନ

ଛାତି-୩୨

ଉଚ୍ଚତା- ୫’୩’ ସର୍ବନିମ୍ନ

ଏବଂ ଆଶାୟୀ ପ୍ରାର୍ଥି ଆବେଦନ କରିବା ପାଇଁ ସମସ୍ତ ଜରୁରୀ ଦସ୍ତାବିଜ ସହ ନିଜର ଏକ ଫଟୋ କପି ଜୁନ ୬ ତାରିଖ ସୁଦ୍ଧା ନିମ୍ନରେ ଦିଆଯାଇଥିବା ଠିକଣାରେ ପଠାଇ ପାରିବେ ।

Asstt. Inspector General of Police, Police Headquarters, Gangtok and offices of the District Superintendent of police (East-west, North & South)