କନକ ବ୍ୟୁରୋ : କୃଷି କାନନୁକୁ ବିରୋଧ କରି ଆଜିକୁ ୧୪ ଦିନ ହେବ କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା କିଛି ପ୍ରସ୍ତାବ ପଠାଇବାକୁ ପ୍ରତିସୃତି ଦେଇଥିଲେ । ସୂଚନା ମୁତାବକ ଏହି ପ୍ରସ୍ତାବ କେନ୍ଦ୍ରସରକାର ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବ ମୁତାବକ ସର୍ବନିମ୍ନ ସହାୟକ ଦର ଆଇନରେ ପରିଣତ କରିବେ ସରକାର ଓ ଏପିଏମସିରେ କିଛି ପରିବର୍ତ୍ତନ ପାଇଁ ରାଜି ହୋଇଛନ୍ତି ସରକାର ।
ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ମୁତାବକ ମଣ୍ଡି ଆଇନରେ ବଡ ପରବର୍ତ୍ତନ କରାଯିବ । ଘରୋଇ ଯୋଗାଣକାରୀ ମାନେ ପଞ୍ଜିକରଣ କରିବାକୁ ବାଧ୍ୟ ହେବେ । ଚୁକ୍ତି ଚାଷରେ କମ୍ପାନୀ ମାନେ କିଛି ଅନ୍ୟାୟ କଲେ କୃଷକ ମାନେ କୋର୍ଟକୁ ଯାଇପାରିବାର କ୍ଷମତା ମିଳିବ (କୃଷି କାନୁନ୍ ମୁତାବକ ଏନେଇ ଏସ୍ଡିଏମ୍ ପର୍ଯ୍ୟନ୍ତ ଯାଇପାରିବାର ଅଧିକାର ମିଳିଥିଲା) । ଏନେଇ ଆଗାମୀ ଦିନରେ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ବି ସରକାର ରାଜି ହୋଇଥିବା ସୂଚନା ମିଳିଛି । ହେଲେ ଏବେ ସରକାର କୃଷି କ୍ଷେତ୍ରରେ ବିଦ୍ୟୁତ ଯୋଗାଣ ଓ ମୂଲ୍ୟ ଆଦାୟ ଉପରେ କୌଣସି ଆମାଣ୍ଡମେଣ୍ଟ ପାରିତ କରିବାକୁ ପ୍ରସ୍ତୁତ ନାହାନ୍ତି ।
ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ କହିବା ମୁତାବକ ଗତକାଲି ଗୃହମନ୍ତ୍ରୀ ଅମିତ ଶାହା କୃଷକ ମାନଙ୍କ ସହିତ କୃଷି ଆଇନର ପରିବର୍ତ୍ତନ ନେଇ କଥା ହୋଇଥିଲେ । କୃଷକ ମାନେ କାନୁନରେ ଯେଉଁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ସେଥିରେ ଶ୍ରୀ ଶାହା ରାଜି ହୋଇଥିଲେ । ଏନେଇ ଆଜି ସରକାର କୃଷକ ମାନଙ୍କୁ ଲିଖିତ ପ୍ରସ୍ତାବ ଦେବେ । ଏହାକୁ ବିଚାର କରି କୃଷକ ମାନେ ସରକାରଙ୍କୁ ଜଣାଇବେ । ଏପଟେ ସରକାରଙ୍କ ପ୍ରସ୍ତାବ ମିଳିବା ପୂର୍ବରୁ ଆନ୍ଦୋଳନରତ କୃଷକ ମାନେ ସିଂଘୁ ସୀମାରେ ବୈଠକ ଆରମ୍ଭ କରିଦେଇଛନ୍ତି ।।
କହିରଖୁ କି କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ୩୨ ବଷିୟ ଅଜୟ ମୋର ନାମକ ଜଣେ ଯୁବକର ଥଣ୍ଡା କାରଣରୁ ମୃତ୍ୟୁ ହୋଇଛି । ତାଙ୍କର ଶବ ଏକ ଟ୍ରକ୍ଟର ଟ୍ରଲି ଉପରେ ପଡିଥିବାର ଦେଖିବାକୁ ମିଳିଥିଲା । ସେ ଦଶଦିନ ତଳେ ଗାଁ ଲୋକଙ୍କ ସହିତ ଆସି ଆନ୍ଦୋଳନରେ ସାମିଲ ହୋଇଥିଲା । ଅଜୟଙ୍କ ପରିବାରରେ ୩ ଟି ପିଲା, ସ୍ତ୍ରୀ ଓ ବୃଦ୍ଧ ବାପା ମା ଅଛନ୍ତି ।
ବୈଠକ ପୂର୍ବରୁ କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ । ଆଇନରେ ପରିଣତ ହେବ ଏମ୍.ଏସ୍.ପି ଓ ଏ.ପି.ଏମ୍ ସି ହେବ କିଛି ପରିବର୍ତ୍ତନ
/kanak/media/post_attachments/wp-content/uploads/2020/12/28-10.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)