କନକ ବ୍ୟୁରୋ: ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭଡା ଘର । ତାହା ପୁଣି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ୪ ନମ୍ବରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ପାଚିକା ତିଆରି କରିଛନ୍ତି ଘର । ନିଜେ ରହିବା ସହ ଘର ଭଡ଼ାରେ ବି ଲଗାଇଛନ୍ତି । ୨୦ ବର୍ଷ ଧରି ସ୍କୁଲ ପରିସରରେ ରହିଆସୁଛନ୍ତି ଏହି ପୂର୍ବତନ ପାଚିକା ଜଣକ । ସ୍କୁଲ ପରିସରରେ ଥିବା ଆମ୍ବ ଗଛରୁ ଜଣେ ଛାତ୍ର ଆମ୍ବ ତୋଳିବାବେଳେ ଭଡ଼ାଟିଆ ଜଣକ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବତନ ପାଚିକାଙ୍କୁ ସ୍କୁଲ ପରିସର ଛାଡିବା ପାଇଁ ସ୍କୁଲ କର୍ତୃପକ୍ଷ ବାରମ୍ବାର କହିଥିଲେ ବି ସ୍କୁଲ ନଛାଡି ଦାଦାଗିରି ଚଳାଇଥିବା ସ୍କୁଲ କର୍ତୃପକ୍ଷ ଅଭିଯୋଗ କରିଛନ୍ତି ।