ଖୁବଶୀଘ୍ର ୫ରୁ ୧୨ ପିଲାଙ୍କୁ ଟିକା : କୋର୍ବେଭାକ୍ସ ଟିକା ଦେବାପାଇଁ ଡ଼ିସିଜିଆଇ ବିଶେଷଜ୍ଞ କମିଟିର ସୁପାରିଶ

98

କନକ ବ୍ୟୁରୋ : ଖୁବଶୀଘ୍ର ୫ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । କୋର୍ବେଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଡ଼ିସିଜିଆଇ ବିଶେଷଜ୍ଞ କମିଟି ସୁପାରିଶ କରିଥିବା ଜଣାପଡ଼ିଛି । ଅନୁମତି ମିଳିରେ ହାଇଦ୍ରବାଦର ବାୟୋଲୋଜିକାଲ ଇ’ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ୫ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ । ଆସନ୍ତା କିଛି ଦିନ ଭିତରେ ଏହି କମିଟି ଏଦିଗରେ ଚୁଡ଼ାନ୍ତ ନିଷ୍ପତ୍ତି ନେବ ।

ସୂଚନାଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୧୬ରୁ ଦେଶରେ ୧୨ରୁ ୧୪ ପିଲାଙ୍କୁ କୋର୍ବେଭାକ୍ସ ଟିକା ଦିଆଯାଉଛି । ଦେଶରେ ଧୀରେ ଧୀରେ କରୋନା ମିଟର ଉପରମୁହାଁ ହେଉଛି । ଲଗାତର ଦୁଇ ଦିନ ଧରି ୨ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଏହାକୁ ନେଇ ଏକ ପ୍ରକାର ଚିନ୍ତା ସୃଷ୍ଟି ହୋଇଛି । ଦିଲ୍ଲୀରେ ସଂକ୍ରମଣ ଅଧିକ ରହିଥିବା ବେଳେ ଛୋଟପିଲା ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି । ତେଣୁ କୋର୍ବେଭାକ୍ସ ଟିକା ଦେବାପାଇଁ ଡ଼ିସିଜିଆଇ ବିଶେଷଜ୍ଞ କମିଟିର ସୁପାରିଶ ପରେ କିଛି ଦିନ ମଧ୍ୟରେ ପିଲାଙ୍କୁ ଟିକା ଦେବା ପାଇଁ ନିସ୍ପତି ହୋଇପାରେ ବୋଲି ଅନୁମାନ କରାଯାଉଛି ।