କନକ ବ୍ୟୁରୋ : କରୋନା ମହାମାରୀକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏପରି ସ୍ଥଳେ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ପାଇଁ ସରକାର ଟିକାର ଅର୍ଡର କରିଛନ୍ତି । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର କରିଛନ୍ତି କେନ୍ଦ୍ର ସରକାର । ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ୨୮ ଦିନ ବ୍ୟବଧାନରେ ଦ୍ୱତୀୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ଡୋଜ ଟିକାକୁ ୧୪୫ ଟଙ୍କା ପଡୁଥିବା ବେଳେ ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାରେ ଟିକା ପାଇଁ ଅର୍ଡର କରିଥିଲ ।
ଏହି ଟିକା ଫେବୃୃଆରୀ ଶେଷ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ଏଟିକାକରଣକୁ ଅଧିକ ବ୍ୟାପକ କରିବ ପାଇଁ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସ୍କୁଲ, କଲେଜ ଖୋଲୁଥିବାରୁ ପିଲାଙ୍କୁ ଟିକାକରଣ କରିବା ଜରୁରୀ ହୋଇପଡିଛି । କୋର୍ବେଭାକ୍ସ ବାୟୋଲୋଜିକାଲ ଇ କୁ ଏହି ଟିକାର ବିକାଶ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ବାୟୋଲୋଜିକାଲ ଇ ୫ରୁ ୧୨ ବର୍ଷ ଏବଂ ୧୨ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ଟ୍ରାଏଲ ମଧ୍ୟ କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/3-13.jpg)