ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି ପାଇଁ ମିଳିଲା ନିର୍ଦ୍ଦେଶ

ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି ପାଇଁ ମିଳିଲା ନିର୍ଦ୍ଦେଶ

କନକ ବ୍ୟୁରୋ : ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଲୋକସଭା ସଭାଗୃହ କମିଟି ନଗର ଉନ୍ନୟନ ମନ୍ତ୍ରାଳୟକୁ ଏକ ଚିଠି ଲେଖି ମହୁଆଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ କହିଛି । ନଗର ଉନ୍ନୟନ ମନ୍ତ୍ରାଳୟଦ୍ୱାରା ସ୍ୱତନ୍ତ୍ର କୋଟାରେ ମହୁଆଙ୍କୁ ଘର ଦିଆଯାଇଥିଲା । ଅନ୍ୟପଟେ ଲୋକସଭାରୁ ବହିଷ୍କୃତି ହେବା ପରେ ମହୁଆ ସୋମବାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe