କନକ ବ୍ୟୁରୋ: ଟିକା ନେଇ ସବୁଠୁ ବଡ଼ ଅର୍ଡର ଦେଲେ କେନ୍ଦ୍ର ସରକାର । ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍ ପାଇଁ ବରାଦ ଦିଆଯାଇଛି । ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ୍ ଡୋଜ୍ ପାଇଁ ଏହି ଅର୍ଡର ଦେଇଛି କେନ୍ଦ୍ର ।
ଡିସେମ୍ବର ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଆଉ ଏଥିପାଇଁ ପର୍ଯ୍ୟାପ୍ତ ଟିକାର ଆବଶ୍ୟକ ରହିଛି । ଜୁନ୍ ୨୬ରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ, ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ୧୩୫ କୋଟି ଡୋଜ୍ ପାଇଁ ବ୍ୟବସ୍ଥା କରାଯାଉଛି । ଏବେ କରାଯାଇଥିବା ୬୬ କୋଟି ଡୋଜ୍ ବରାଦ ସହ ଅନ୍ୟ ୩୦ କୋଟି ଡୋଜ୍ ପାଇଁ ମଧ୍ୟ ଆଗୁଆ ଅର୍ଥ ପୈଠ କରାଯାଇଛି ।
ହାଇଦ୍ରାବାଦ ସ୍ଥିତ ବାଇଲୋଜିକାଲ-ଇ’ର କର୍ବେଭାକ୍ସ ଟିକା ପାଇଁ ଏହି ଆଗୁଆ ଅର୍ଥ ଦିଆଯାଇଛି । ଦେଶରେ ଏବେ କୋଭିସିଲଡ, କୋଭାକ୍ସିନ ଓ ସ୍ପୁଟନିକ ଭି ଟିକା ଦିଆଯାଉଛି । ହେଲେ ଅନେକ ସମୟରେ ଟିକାର ଅଭାବ ଖବର ସାମ୍ନାକୁ ଆସୁଛି । ଆଉ ଟିକାର ଅଭାବ ଯୋଗୁଁ ଟିକାକରଣ ଅନେକ ଭାବେ ପ୍ରଭାବିତ ହେଉଛି, ତେଣୁ ଏବେ ବରାଦ ହୋଇଥିବା ଏହି ସବୁ ଟିକାର ଡୋଜ୍ ଉପଲବ୍ଧ ହେଲେ ଟିକାକରଣର ବେଗ ଆଗକୁ ବଢ଼ିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/Covishield_SerumInstitute_Vaccine_11012021_1200.jpg)