ରାଜ୍ୟସଭାରେ ଚାଷୀ ପ୍ରସଙ୍ଗରେ ହେବ ଆଲୋଚନା । ସରକାର ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହେଲା ସହମତି, ବିରୋଧୀଙ୍କ ଦ୍ୱନ୍ଦ ଦୂର କରିବାକୁ ପ୍ରତିଶୃତି ଦେଲା ବିଜେପି

ରାଜ୍ୟସଭାରେ ଚାଷୀ ପ୍ରସଙ୍ଗରେ ହେବ ଆଲୋଚନା । ସରକାର ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହେଲା ସହମତି, ବିରୋଧୀଙ୍କ ଦ୍ୱନ୍ଦ ଦୂର କରିବାକୁ ପ୍ରତିଶୃତି ଦେଲା ବିଜେପି

ରାଜ୍ୟସଭାରେ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ୧୫ ଘଣ୍ଟା ଆଲୋଚନା କରିବା ନିମନ୍ତେ ଆଜି ସରକାର ଓ ବିରୋଧୀ ଦଳମାନେ ସମ୍ମତ ହୋଇଛନ୍ତି। ଗତ ଶୁକ୍ରବାର ଦିନ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନିମନ୍ତେ ଆଗତ ଧନ୍ୟବାଦ ବିତର୍କ ଶେଷ ହେବା ପରେ ଉକ୍ତ ଆଲୋଚନା ହେବ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଘୋଷଣା କରିବା ପରେ ପୁଣି ରାଜ୍ୟସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା।

ଆମ୍‌ ଆଦ୍‌ମି ପାର୍ଟିର ତିନିଜଣ ସଦସ୍ୟ ସ୍ଲୋଗାନ୍‌ ଦେବାରୁ ଆଜିକ ଲାଗି ସେମାନଙ୍କୁ ଗୃହରୁ ବହିଷ୍କାର କରାଯାଇଛି। ଏଭଳି ଗୋଳମାଳିଆ ପରିସ୍ଥିତି ଯୋଗୁଁ ଆଜି ରାଜ୍ୟସଭାକୁ ମୁଲତବୀ ରଖିବାକୁ ଅଧ୍ୟକ୍ଷ ବାଧ୍ୟ ହୋଇଛନ୍ତି। କେବଳ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ୫ ଘଣ୍ଟା ଆଲୋଚନା ହେଉ ବୋଲି ୧୬ଟି ବିରୋଧୀ ଦଳ ଦାବି କରିଥିଲେ। ଗୃହର ବିରୋଧୀ ନେତା ତଥା କଂଗ୍ରେସ ସଦସ୍ୟ ଗୁଲାମ ନବି ଆଜାଦ କହିଲେ, ସରକାର ଏହି ପ୍ରସ୍ତାବ ଗ୍ରହଣ କରିଥିବାରୁ ଆଲୋଚନା ନିମନ୍ତେ ଆମେ ପ୍ରସ୍ତୁତ। ଯଦି ଧନ୍ୟବାଦ ପ୍ରସ୍ତାବ ଆଗତ ପୂର୍ବରୁ କୃଷକମାନଙ୍କ ସଂକ୍ରାନ୍ତରେ ଆଲୋଚନା ନ ହୁଏ, ଆମର ଅନୁରୋଧ ଏହାର ସମୟସୀମା ଆହୁରି ବୃଦ୍ଧି କରାଯାଉ।

ତେଣୁ, ୫ ଘଣ୍ଟା ପରିବର୍ତ୍ତେ ଏହି ଆଲୋଚନାକୁ ୧୫ ଘଣ୍ଟାକୁ ବୃଦ୍ଧି କରିବାକୁ ସରକାର ରାଜି ହୋଇଥିଲେ। ବିରୋଧୀମାନଙ୍କ ଦାବିରେ ସମ୍ମତି ଜଣାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା ଘୋଷଣା କରିଥିଲେ। କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତ ଆଲୋଚନା ଲାଗି ଦୁଇ ଦିନ ପାଇଁ ଗୃହରେ ପ୍ରଶ୍ନକାଳ ରହିବ ନାହିଁ ଏବଂ ଶୁକ୍ରବାର ଦିନ ପ୍ରାଇଭେଟ୍‌ ମେମ୍ବର୍‌ ବିଲ୍‌ ମଧ୍ୟ ଆଗତ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe