କନକ ବ୍ୟୁରୋ: ବାତ୍ୟା ଫୋନି ପ୍ରଭାବିତ ଲୋକଙ୍କ ପୁନଃରୁଦ୍ଧାର ଓ ସହାୟତା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ବାତ୍ୟା ପ୍ରଭାବିତ ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ଚଳିତ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର ଅର୍ଥାତ୍ ମେ’ ୧୧ ଏବଂ ୧୨ ତାରିଖରେ ସମସ୍ତ ସରକାରୀ ଦଫ୍ତର ଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Advertisment

publive-imageଗତ ୩ ତାରିଖରେ ଓଡ଼ିଶାରେ ‘ଫୋନି’ ପ୍ରଭାବରେ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପରି ଜିଲ୍ଲାଗୁଡ଼ିକ ବିବେଶଷ ପ୍ରଭାବିତ ହୋଇଥିବା ବେଳେ କଟକ, ପୁରୀ ଓ ଖୋର୍ଦ୍ଧାରେ ଏଯାବତ୍ ସଂପୂର୍ଣ୍ଣ ଭାବେ ବିଜୁଳି, ପାଣି ସମସ୍ୟା ସମାଧାନ ହୋଇପାରି ନାହିଁ । ତେଣୁ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସଂପୂର୍ଣ୍ଣ ଭରିନଥିବା ହେତୁ ସରକାରୀ ଅଫିସ ଗୁଡ଼ିକ ଖୋଲା ରଖି ଲୋକଙ୍କ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।