କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସରକାରୀ ଅଫିସ । ଅଫିସ ଭିତରେ ଜମି ରହିଛି ବର୍ଷା ପାଣି । ବଲାଙ୍ଗୀର ସହରର ମଝିରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଥିବା ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପଶିଯାଇଛି ବର୍ଷାପାଣି । ମ୍ୟୁନିସିପାଲଟି ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଏହି ଅଫିସ ।

Advertisment

ବର୍ଷା ପାଣି ରହିଥିବାରୁ କର୍ମଚାରୀ ଅସୁବିଧାରେ କାମ କରୁଛନ୍ତି । ଏଠି ଜମିଜମା ମାମଲାରେ କାମ ପାଇଁ ସବୁବେଳେ ଏହି ଅଫିସରେ ଲୋକଙ୍କ ଭିଡ ଲଗାଇଥାନ୍ତି । ହେଲେ ଅସରାଏ ବର୍ଷା ହେଲେ ଏଠି ଏମିତି ଅବସ୍ଥା ସୃଷ୍ଟି ହେଉଛି । ପାଣି ଭିତରେ ବସି କାମ କରିବାକୁ ପଡୁଛି । ପ୍ରତି ବର୍ଷ ବର୍ଷା ଦିନେ ଏହିଭଳି ସମସ୍ୟା ସୃଷ୍ଟି ହେଉଛି । କର୍ମଚାରୀ କାମ କରିବା ବଦଳରେ ଅଫିସରୁ ପାଣି କାଢିବାରେ ଲାଗିଛନ୍ତି । ହେଲେ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି ।