ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ଓଡ଼ିଶା ସରକାର ଦେବେ ପ୍ରୋତ୍ସାହନ : ରାଜ୍ୟରେ ଗାଡ଼ି ଓ ଯନ୍ତ୍ରାଂଶ ନିର୍ମାଣକୁ ଦିଆଯିବ ଗୁରୁତ୍ୱ

୨ ଚକିଆ ପାଇଁ ୫ ହଜାର, ୩ ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ମିଳିବ ରିହାତି

254

କନକ ବ୍ୟୁରୋ : ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲ ଆପଣାଇବ ଓଡ଼ିଶା । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ଉପରେ ଗୁରୁତ୍ୱ । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ । ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବ । ସେହିପରି ତିନି ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିବ ।

ସରକାରୀ ଅଫିସ୍ ଓ କମ୍ପାନୀ ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ । ଖୁବ୍ ଶୀଘ୍ର ସରକାର ଏନେଇ ଘୋଷଣା କରିପାରନ୍ତି । ଏହା ସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ । ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ ।