ପରଦାରୁ ଗାଏବ ହୋଇଯିବ ବିଜ୍ଞାପନ ! ଆଉ ଟିଭିରେ ନଜର ଆସିବନି ପିଲାଙ୍କ ବିଜ୍ଞାପନ ! ଏଣିକି ଛୋଟ ପିଲାଙ୍କୁ ବିଭ୍ରାନ୍ତୀ କଲା ପରି ବିଜ୍ଞାପନ ପ୍ରଚାର କିମ୍ବା ପ୍ରାସରଣ କଲେ ଜରିମାନା ସାଙ୍ଗକୁ ହୋଇପାରେ ଜେଲ୍

Advertisment
ପରଦାରୁ ଗାଏବ ହୋଇଯିବ ବିଜ୍ଞାପନ ! ଆଉ ଟିଭିରେ ନଜର ଆସିବନି ପିଲାଙ୍କ ବିଜ୍ଞାପନ ! ଏଣିକି ଛୋଟ ପିଲାଙ୍କୁ ବିଭ୍ରାନ୍ତୀ କଲା ପରି ବିଜ୍ଞାପନ ପ୍ରଚାର କିମ୍ବା ପ୍ରାସରଣ କଲେ ଜରିମାନା ସାଙ୍ଗକୁ ହୋଇପାରେ ଜେଲ୍

କନକ ବ୍ୟୁରୋ: ଏଣିକି ପରଦାରେ ନଜର ଆସିବନି ବିଭ୍ରାନ୍ତିକର ବିଜ୍ଞାପନ । ଟେଲିଭିଜନ ପରଦାରେ ବିଭ୍ରାନ୍ତିକର ବିଜ୍ଞାପନର ପ୍ରଚାର ଏବଂ ପ୍ରସାର ଉପରେ ଲାଗିପାରେ ପ୍ରତିବନ୍ଧକ । ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇପାରନ୍ତି ଭାରତ ସରକାର । ଗ୍ରାହକ ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ପିଲାଙ୍କୁ ଭ୍ରମିତ କଲାଭଳି ବିଜ୍ଞାପନ ଉପରେ ଏକ ଡ୍ରାଫ୍ଟ ଗାଇଡବଲାଇନ ଜାରି କରାଯାଇଛି । ଯାହାକୁ ୧୮ ସେପ୍ଟେମ୍ବର ସୁଦ୍ଧା ସମସ୍ତଙ୍କ ମତାମତ ଲୋଡାଯାଇଛି । ତେବେ ୧ ଅକ୍ଟୋବର ତାରିଖ ୨୦୨୦ରୁ ଏହି ଗାଇଡଲାଇନ୍ସ ଲାଗୁ କରିପାରନ୍ତି କେନ୍ଦ୍ର ସରକାର ।

ଅଭିଯୋଗ ଆସିଲେ ଜରିମାନା ସାଙ୍ଗକୁ ହେବ ଜେଲ୍ !

ତେବେ ସରକାରଙ୍କ ଏହି ଗାଇଡଲାଇନ୍ସ ଅନୁସାରେ, ପିଲାଙ୍କୁ ଟାର୍ଗେଟ କଲା ଭଳି କୌଣସି ବି ବିଜ୍ଞାପନକୁ ପ୍ରଚାର କିମ୍ବା ପ୍ରସାର କରିପାରିବେ ନାହିଁ କଂପାନୀ । ଯେପରିକି ପିଲାଙ୍କୁ ବିପଜଜ୍ଜନକ ଷ୍ଟଂଟ କରୁଥିବାର ବିଜ୍ଞାପନ, କୌଣସି ଜିନିଷ କିଣିବାକୁ ପ୍ରଲୋଭିତ କଲା ଭଳି ବିଜ୍ଞାପନ ମଧ୍ୟ ଦେଇପାରିବେନି କଂପାନୀ । ତେବେ ଏହି ଡ୍ରାଫଟିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଲୋକଙ୍କ ମତାମତ ଲୋଡିଛନ୍ତି କେନ୍ଦ୍ର ସରକାର । ସେହିଭଳି କୌଣସି ମାଦକ ଦ୍ରବ୍ୟ ତଥା ନିଶାଦ୍ରବ୍ୟ ବିଜ୍ଞାପନରେ ଛୋଟ ପିଲାଙ୍କୁ ଦେଖାଇପାରିବେ ନାହିଁ କଂପାନୀ । ଏପରିକି ଶିଶୁଙ୍କୁ ନେଇ କୌଣସି ପ୍ରକାରର ଚାରିଟେବୁଲ ଅପିଲ ନକରିବା ଉପରେ ମଧ୍ୟ ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି । ଯଦି ଏହାକୁ କୌଣସି କଂପାନୀ କିମ୍ବା ବ୍ୟକ୍ତି ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୋଟା ଅଙ୍କର ଜରିମାନା ସାଙ୍ଗକୁ ଜେଲ ଦଣ୍ଡାଦେଶ ହେବାର ମଧ୍ୟ ଏହି ଡ୍ରାଫ୍ଟରେ ପ୍ରସ୍ତାବ ରହିଛି ।

ସେହିଭଳି ଯଦି କୌଣସି ଉତ୍ପାଦ କିମ୍ବା ସେବାର ଧାର୍ଯା ମୂଲ୍ୟ ବ୍ୟତୀତ ବିତରଣ ସମୟରେ କିଛି ଅର୍ଥକୁ ଦେବାକୁ ପଡିଥାଏ ତେବେ ଏନେଇ ବିଜ୍ଞାପନରେ ଏହା ଫ୍ରି କିମ୍ବା ଏଥିପାଇଁ କୌଣସି ଚାର୍ଜ ଲାଗିବ ନାହିଁ ବୋଲି ଗ୍ରାହକଙ୍କୁ କୌଣସି ବି କଂପାନୀ ପ୍ରଲୋଭିତ କରିପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe