ପରିବାର ସଦସ୍ୟ ରାଜି ନହେଲେ ରୋଗୀଙ୍କୁ ଆଇସିୟୁରେ ଭର୍ତି କରିପାରିବେନି ହସ୍ପିଟାଲ । ୨୪ ଡାକ୍ତରଙ୍କ ପ୍ୟାନେଲର ସୁପାରିଶ ଆଧାରରେ ନିଷ୍ପତି

323

କନକ ବ୍ୟୁରୋ : ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ସେମାନଙ୍କ ପରିଜନଙ୍କ ସହମତି ବିନା ଆଇସିୟୁରେ ଭର୍ତି କରାଯାଇପାରିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆଗାଇଡଲାଇନରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୪ ଡାକ୍ତରଙ୍କ ଦ୍ୱାରା ଗଠିତ ହୋଇଥିବା ପ୍ୟାନେଲର ସୁପାରିଶ ଅନୁସାରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । ଆଇସିୟୁରେ ରୋଗୀଙ୍କୁ ଭର୍ତି କରିବା ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନରେ ଏକଥା ମଧ୍ୟ କୁହାଯାଇଛି ଯେ ଆଇସିୟୁ ଭିତରେ କି କି ସୁବିଧା ରହିବା ଜରୁରୀ ।
ଆଇସିୟୁ ପାଇଁ କେନ୍ଦ୍ରର ଗାଇଡଲାଇନ

-ସର୍ଜରୀ ପରେ ସ୍ଥିତି ଜଟିଳ ହେଲେ କିମ୍ବା ସମ୍ଭାବନା ଦେଖାଦେଲେ ସଂପୃକ୍ତ ରୋଗୀଙ୍କୁ ଆଇସିୟୁରେ ଭର୍ତି କରାଯାଇପାରିବ
-ଯେଉଁ ରେଗୀଙ୍କୁ ଆଇସିୟୁ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ପ୍ରାଥମିକତା ଭିତିରେ ଆଇସିୟୁରେ ଭର୍ତି କରାଯାଇପାରିବ
-ରୋଗୀ ଯଦି ଗୁରୁତର ହେବା ଆଶଙ୍କା ଉପୁଜେ ତାଙ୍କୁ ତୁରନ୍ତି ଆଇସିୟୁରେ ଭର୍ତ୍ତି କରାଯିବ
-ସ୍ୱାସ୍ଥ୍ୟ ଠିକ ହେବା ପରେ ଡାକ୍ତରଙ୍କ ପରାର୍ମଶରେ ଆଇସିୟୁରୁ ଡିସଚାର୍ଜ କରାଯାଇପାରେ
-ସ୍ୱାସ୍ଥ୍ୟବସ୍ଥାର ଯଦି କିଛି ଉନ୍ନତି ପରିଲିକ୍ଷିତ ହୁଏନି ବା ମହଜୁଦ ଉପକରଣରେ ଚିକିତ୍ସା ସମ୍ଭବ ନୁହେଁ , ସେଭଳି ସ୍ଥିତିରେ ଆଇସିୟୁରେ ରୋଗୀଙ୍କୁ ଆଇସିୟୁରେ ରଖିବା କୌଣସି ଆବଶ୍ୟକତା ନାହିଁ
-ମହାମାରୀ ଓ ବିପର୍ଯ୍ୟୟ ସମୟରେ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଦିଆଯିବ
-ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଉପକରଣ ଓ ସୁବିଧା ଆଇସିୟୁରେ ମହଜୁଦ ରଖାଯିବ

ସୂଚନା ଅନୁସାରେ ଦେଶରେ ପ୍ରାୟ ଏକ ଲକ୍ଷରୁ ଅଧିକ ଆଇସିୟୁବେଡ ରହିଛି । ଯେଉଁଥିରେ ଅଧିକାଂଶ ବେଡ ଘରୋଇ ହସିପଟାଲରେ ରହିଛି । ତେବେ ଗରିବ ଶ୍ରେଣୀର ଲୋକମାନେ ସେବା ପାଇବାରେ ବଂଚିତ ହୋଇଥାନ୍ତି । ରୋଗୀ ସ୍ୱାସ୍ଥ୍ୟବସ୍ଥା ଦେଖି ଆଇସିୟୁୁ ସୁବିଧା ଦେବାକୁ ବିଚାର କରି ଡାକ୍ତର କମିଟି କେନ୍ଦ୍ରକୁ ସୁପାରିଶ କରିଥିଲେ

ଗୁରୁତର ରୋଗୀଙ୍କ ପାଇଁ ଡାକ୍ତର ଆଇସିୟୁରେ ଭର୍ତି କରିବା ପାଇଁ ସୁପାରିଶ କରୁଥିଲେ । ତେବେ ଅଧିକାଂଶ ହସପିଟାଲରେ ସୀମିତ ସଂଖ୍ୟକ ଆଇସିୟୁ ଥିବାରୁ ଅଧିକାଂଶ ସମୟରେ ଜରୁରୀ ଥିବା ରୋଗୀଙ୍କୁ ସୁବିଧା ମିଳିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରାଯାଇଛି ।
କମିଟିର ସଦସ୍ୟ ଡାକ୍ତର ଆରକେ ମଣି କହିଛନ୍ତି ଆଇସିୟୁ ଏକ ସୀମିତ ଉତ୍ସ ସବୁଠୁ ଅଧିକ ରୋଗୀଙ୍କୁ ପ୍ରଥମେ ଚିକିତ୍ସା ଯୋଗାଇଦେବା ଏହି ଗାଇଡଲାଇନ ମୂଳ ଉଦ୍ଦେଶ୍ୟ ।