କନକ ବ୍ୟୁରୋ: ଆଇଟି କମ୍ପାନୀ ଏବଂ ବିପିଓ କର୍ମଚାରୀଙ୍କ ପାଇଁ ନୂଆ ନିୟମ । ଆସନ୍ତା ଡିସେମ୍ୱର ଯାଏଁ ଆଇଟି କମ୍ପାନୀ ଓ ବିପିଓ କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ । କରୋନା ସଂକ୍ରମଣକୁ ନଜରରେ ରଖି ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ । କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଆଇଟି କମ୍ପାନୀ ଓ ବିପିଓ କଂପାନୀ ଗୁଡିକୁ ୱାର୍କ ଫ୍ରମ୍ ହୋମ୍ ନିୟମାବଳୀର ତାରିଖକୁ ୩୧ ଡିସେମ୍ୱର ଯାଏଁ ବୃଦ୍ଧି କରିଛନ୍ତି ।

Advertisment

ପୂର୍ବରୁ ଏହି ସମୟସୀମା ଜୁଲାଇ ୩୧ ଯାଏଁ ରହିଥିଲା । ଏବେ କରୋନା ସଂକ୍ରମଣ ପୁଣି ବ୍ୟାପକ ହୋଇଥିବାରୁ ୱାର୍କ ଫ୍ରମ୍ ହୋମ୍ ଶେଷ ତାରିଖରୁ କେନ୍ଦ୍ର ସରକାର ଡିସେମ୍ୱର ଯାଏଁ ବଢାଇଛନ୍ତି । ଏବେ ଆଇଟି କମ୍ପାନୀ ଗୁଡିକର ପ୍ରାୟ ୮୫ ପ୍ରତିଶତ କର୍ମଚାରୀ ଘରେ ରହି କାମ କରୁଛନ୍ତି । କେବଳ ବିଶେଷ ତଥା ଜରୁରୀ ବିଭାଗ ଗୁଡିକର କର୍ମଚାରୀ ହିଁ ଅଫିସ ଆସୁଛନ୍ତି । ବର୍ତମାନ ନୂଆ ନିୟମ ପରେ ୨୦୨୦ ଡିସେମ୍ୱର ୩୧ ଯାଏଁ ଆଇଟି କମ୍ପାନୀ ଓ ବିପିଓ କମ୍ପାନୀର କର୍ମଚାରୀ ଘରେ ରହି କାମ କରିବେ ।