କେନ୍ଦ୍ର ସରକାର ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି । ଗତ ୧୦ ତାରିଖରେ ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ବହିଷ୍କାର କରିବା ପରେ ଆଜି ସମାନ ଧରଣର ଏକ ପଦକ୍ଷେପ ନିଆଯାଇ ଆଉ ୧୫ ଅଧିକାରୀଙ୍କୁ ବିଦା କରାଯାଇଛି । ଏମାନେ ସମସ୍ତେ କଷ୍ଟମ୍ସ ( ସୀମା ଶୁଳକ) ବିଭାଗରେ କାମ କରୁଥିଲେ । ଏମାନଙ୍କ ମଧ୍ୟରେ ପ୍ରିନ୍ସପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟୀ କମିଶନର ପାହ୍ୟାର ଅଧିକାରୀ ଅଛନ୍ତି । ଏମାନଙ୍କୁ କେନ୍ଦ୍ରୀୟ ସରକାରୀ ସେବାର ସାଧାରଣ ଆର୍ଥିକ ନିୟମର ଧାରା ୫୬(ଜେ) ଅନୁସାରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଗତ ୧୦ ତାରିଖରେ କେନ୍ଦ୍ର ସରକାର ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ । ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ମଧ୍ୟ ଅଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନଙ୍କ ତାଲିକାର ସବୁଠାରୁ ଉପରେ ରହିଛନ୍ତି ଜଣେ ଯୁଗ୍ମ କମିଶନର ପାହ୍ୟାର ଅଧିକାରୀ । ଏହି ତାଲିକାରେ ନୋଇଡାରେ ଅବସ୍ଥାପିତ ଜଣେ ବରିଷ୍ଠ ଆଇଆରଏସ ଅଫିସର ଅଛନ୍ତି ଯିଏକି ଦୁଇଜଣ ମହିଳା ଆଇଆରଏସ ଅଧିକାରୀଙ୍କୁ ଯୌନ ନିର୍ୟ୍ୟାତନା ଦେବାର ଅଭିଯୋଗ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Narendra-Modi-4-770x433.jpg)
/kanak/media/post_attachments/wp-content/uploads/2019/06/Capture-18-300x222.jpg)