ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । କମିବ ପେଟ୍ରୋଲ ଓ ଡିଜେଲ ଦାମ । ଜାଣନ୍ତୁ, କେତେ ଟଙ୍କା କମିବ ତୈଳଦର…

527

କନକ ବ୍ୟୁରୋ: ଦେଶବାସୀଙ୍କ ପାଇଁ ଖୁସିଖବର । କମିବ ପେଟ୍ରୋଲ ଓ ଡିଜେଲ ଦାମ । ବଢୁଥିବା ତୈଳଦର ଭିତରେ ଲୋକଙ୍କ ପାଇଁ ଏଭଳି ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏକ୍ସସାଇଜ୍ ଡ୍ୟୁଟିକୁ ହ୍ରାସ କରିବା ସହିତ ଆସନ୍ତାକାଲିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଶସ୍ତା ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଯାହା ଫଳରେ ପେଟ୍ରୋଲ ଦାମରେ ୫ ଟଙ୍କା ଓ ଡିଜେଲ ଦାମରେ ୧୦ ଟଙ୍କା ହ୍ରାସ ପାଇବ । ଆସନ୍ତାକାଲିଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଏହି ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଛି । ତେବେ ଦେଶରେ ଗତ କିଛି ଦିନ ଧରି ତେଲ ଦର ବଢି ଚାଲିଥିଲା । ଯାହାକୁ ନେଇ ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା କେନ୍ଦ୍ର ସରକାର ଉପରେ ନିଜର ବିଷ ଓଗାଳିଥିଲେ । ହେଲେ ଏବେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଦୀପାବଳି ଭେଟି ଦେବା ସହିତ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି ।