କନକ ବ୍ୟୁରୋ: ଦେଶବାସୀଙ୍କ ପାଇଁ ଖୁସିଖବର । କମିବ ପେଟ୍ରୋଲ ଓ ଡିଜେଲ ଦାମ । ବଢୁଥିବା ତୈଳଦର ଭିତରେ ଲୋକଙ୍କ ପାଇଁ ଏଭଳି ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏକ୍ସସାଇଜ୍ ଡ୍ୟୁଟିକୁ ହ୍ରାସ କରିବା ସହିତ ଆସନ୍ତାକାଲିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଶସ୍ତା ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଯାହା ଫଳରେ ପେଟ୍ରୋଲ ଦାମରେ ୫ ଟଙ୍କା ଓ ଡିଜେଲ ଦାମରେ ୧୦ ଟଙ୍କା ହ୍ରାସ ପାଇବ । ଆସନ୍ତାକାଲିଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଏହି ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଛି । ତେବେ ଦେଶରେ ଗତ କିଛି ଦିନ ଧରି ତେଲ ଦର ବଢି ଚାଲିଥିଲା । ଯାହାକୁ ନେଇ ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା କେନ୍ଦ୍ର ସରକାର ଉପରେ ନିଜର ବିଷ ଓଗାଳିଥିଲେ । ହେଲେ ଏବେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଦୀପାବଳି ଭେଟି ଦେବା ସହିତ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି ।
ଦେଶରେ କମିବ ପେଟ୍ରୋଲ ଦର । ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ । ଆସନ୍ତାକାଲିଠୁ ଲାଗୁ ହେବ ପେଟ୍ରୋଲ, ଡିଜେଲର ନୂଆ ଦର ।#PetrolDieselPrice#KanakNewspic.twitter.com/NvqxyxfoYb
— Kanak News (@kanak_news) November 3, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/dddwecszd.jpg)