ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜନ୍ମଜୟନ୍ତୀରେ ସମ୍ମାନ ଜଣାଇଲେ ସରକାର  : ଦେଶର ଦୁଇଟି ପ୍ରମୁଖ ପ୍ରତିଷ୍ଠାନର ନାମ ବଦଳି ରଖାଗଲା ସୁଷମାଙ୍କ ନାମ । 

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜନ୍ମଜୟନ୍ତୀରେ ସମ୍ମାନ ଜଣାଇଲେ ସରକାର  : ଦେଶର ଦୁଇଟି ପ୍ରମୁଖ ପ୍ରତିଷ୍ଠାନର ନାମ ବଦଳି ରଖାଗଲା ସୁଷମାଙ୍କ ନାମ । 

ପୃଥିବୀର କୋଣଅନୁକୋଣରେ ରହୁଥିବା ଭାରତୀୟ ସମୁଦାୟ ସହ ସମ୍ପର୍କ କରିବାର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ‘ପ୍ରବାସୀ ଭାରତୀୟ କେନ୍ଦ୍ର’ ର ନୂତନ ନାମକରଣ ହୋଇଛି । ନୂଆ ନାଁ ହୋଇଛି “ସୁଷମା ସ୍ୱରାଜ ଭବନ” । ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେନ୍ଦ୍ର ସରକାର ଗୁରୁବାର ଦେଶର ଦୁଇଟି ପ୍ରମୁଖ ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରିଛନ୍ତି । ଭାରତୀୟ ରାଜନୀତିରେ ଜଣେ ସଫଳ କୂଟନୀତିଜ୍ଞ ଭାବରେ ପରିଚିତ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ନାମରେ ନାମିତ କରାଯାଇଛି । ଭାରତର ରାଜଧାନି ଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରକୁ ପୁନଃ ନାମକରଣ କରାଯାଇ ସୁଷମା ସୁଷମା ସ୍ୱରାଜ ଭବନ ନାମରେ ନାମିତ କରାଯାଇଛି ।

publive-image

ଏଥି ସହିତ ବିଦେଶ ସେବା ପ୍ରତିଷ୍ଠାନଙ୍କୁ ସୁଷମା ସ୍ୱରାଜ ବିଦେଶ ସେବା ପ୍ରତିଷ୍ଠାନ ଭାବେ ନାମିତ କରାଯାଇଛି । ୧୯୫୩ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ ହରିୟାଣା ସ୍ଥିତ ଅମ୍ବାଲାକାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋର ସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଧା ଥିଲେ। ସେ ଅମ୍ବାଲା ସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ଇନ୍ଦିରାଗାନ୍ଧୀଙ୍କ ପରେ ସ୍ୱରାଜ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତା ମଧ୍ୟ। ସେ ୭ ଥର ସଂସଦର ସଭ୍ୟ ହିସାବରେ ଏବଂ ତିନି ଥର ଆଇନ୍ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଛନ୍ତି। ସୁଷମା୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର ସବୁଠୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦାନ ଦେଇଥିଲେ। ସେ ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ। ୨୦୧୪ ମସିହାରେ ସେ ଇଣ୍ଡିଆନ ଜେନେରାଲ ଇଲେକ୍ସନରେ, ଦ୍ୱିତୀୟ ଥର ପାଇଁ vidisha ନିର୍ବାଚନ ମଣ୍ଡଳୀରେ ମଧ୍ୟପ୍ରଦେଶରେ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe