କନକ ବ୍ୟୁରୋ: କିଛି ମାସ ବ୍ୟବଧାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା, ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । କରୋନାକୁ ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଉ କିଛି ସମୟ ପରେ ବୈଠକ ଆରମ୍ଭ ହେବ । ବୈଠକରେ ଏସଆରସି, ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ରହି କରୋନା ମୁକାବିଲା ନେଇ ଆଲୋଚନା କରିବେ । ସମସ୍ତ ଜିଲ୍ଲାପାଳ ଏଠିରେ ସାମିଲ ହେବେ ।
କରୋନ ସଂପର୍କିତ ଗାଇଡନାଇନକୁ କିଭଳି କଡାକଡି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯିବ । କିଛି ମାସ ବ୍ୟବଧାନ ପରେ ଆଜି ରାଜ୍ୟରେ ସର୍ବାଧିକ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଧିରେ ଧିରେ କରୋନା କାୟା ବିସ୍ତାର କରୁଥିବାରୁ ରାଜ୍ୟ ସରକାର ଏନେଇ ସତର୍କତା ଅବଲମ୍ବନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/29-14.jpg)