କନକ ବ୍ୟୁରୋ : କନକ ବ୍ୟୁରୋ : ଆଜି କୃଷି ଆନ୍ଦୋଳନର ପଂଚମ ଦିନ । ଏହି ସମୟରେ ସଂଯୁକ୍ତ କିଷାନ ତରଫରୁ ଏକ ଚେତାବନୀପୂର୍ଣ୍ଣ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଯଦି ସେମାନଙ୍କର ଦାବି ପୁରଣ ନକରାଯାଏ ତେବେ ଆଗାମୀ ଦିନରେ କୃଷକଙ୍କ ଆନ୍ଦୋଳନ ଅଧୀକ ତୀବ୍ର ହେବ । ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଶାଦେଇଛନ୍ତି ଯେ ରବିବାର ଦିନ କୃଷକ ସଂଗଠନ ସହ ଆଲୋଚନାରେ ଏହି ସମସ୍ୟାର ସମାଧାନା ବାଟ ମିଳିବ । ସେ ଏହା ମଧ୍ୟ କହିଛନ୍ତି କି ବହୁତ ଶୀଘ୍ର ସମାଧାନ ବାହାର କରିବେ । ଏହି ସମୟରେ ଅନ୍ୟ ଏକ ଖବର ସାମ୍ନାକୁ ଅସୁଛି ଯେ କେନ୍ଦ୍ର ସରକାର କୃଷକମାନଙ୍କୁ ଏମଏସପି ଉପରେ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇପାରନ୍ତି ।
ସୁଚନାରୁ ଜଣାପଡିଛି କି, ରବିବାର ଦିନ କୃଷଜ ସଂଗଠନ ସହ ଆଲୋଚନା ବେଳେ ସରକାର ଏମଏସପି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରୀ ପ୍ରତିନିଧୀ ଏବଂ କୃଷକ ସଂଗଠନର ପ୍ରତିନିଧୀଙ୍କୁ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇପାରନ୍ତି । କମିଟିର ସଦସ୍ୟଙ୍କ ପାଇଁ କୃଷକ ସଂଗଠନଗୁଡିକରୁ ସେମାନଙ୍କ ପ୍ରତିନିଧୀଙ୍କ ନାମ ଖୋଜାଯିବ ।

Advertisment

ସରକାର ବିଶ୍ୱାସ କରନ୍ତି ଯେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ହିତାଧିକାରୀ (ରାଜ୍ୟ ସରକାର ଓ ଅନ୍ୟାନ୍ୟ ସରକାରୀ ତଥା ଅଣ-ସରକାରୀ ସଂଗଠନ) ଙ୍କ ସହ ଆଲୋଚନା କରିବା ପାଇଁ ପଡିବ । ସରକାରଙ୍କ କହିବା କଥା କି ପୂର୍ବଥର ସଂଜୟ ଅଗ୍ରୱାଲଙ୍କ ନେତୃତ୍ୱରେ ଗଠିତ ହୋଇଥିବା କମିଟିରେ କୁଷକ ସଂଗଠନଗୁଡିକ ସେମାନଙ୍କର ପ୍ରତିନିଧିମାନଙ୍କର ନାମ ଦେଇନାହାନ୍ତି । ଭାରତୀୟ କିସାନ ୟୁନିଅନ ଆଜି ସିସାଉଲିରେ ଏକ ପଂଚାୟତ ଡାକିଛି ଯେଉଁଥିରେ ୫ଟି ରାଜ୍ୟର ଅଧିକାରୀ ଅଂଶଗ୍ରହଣ କରିବେ ଏବଂ ଦିଲ୍ଲୀ ପଦଯାତ୍ରାରେ ନିଷ୍ପତ୍ତି ନିଆଯିବ ।

କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ଏହା ପୂର୍ବରୁ ୮,୧୨ ଓ ୧୫ ଫେବୃଆରୀରେ ବୈଠକ ବସିଥିଲା । ହେଲେ ସର୍ବନିମ୍ନ ସହାୟତା ମୂଲ୍ୟ ଗ୍ୟାରେଣ୍ଟି ଦାବିରେ କୃଷକମାନେ ଜିଦ୍ ଧରି ଥିବାରୁ କୌଣସି ସଫଳତା ମିଳି ନଥିଲା । ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଫଳକୁ ଉଭୟ କୃଷକ ଏବଂ ସରକାର ଅପେକ୍ଷା କରିଛନ୍ତି । ଆଶା କରାଯାଉଛି ଯେ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ହେବ ଓ ଯାହା ଦ୍ୱାରା କୃଷକ ଆନ୍ଦୋଳନ ଶେଷ ହେବ ।

ହରିୟାଣା ସରକାର କୃଷକମାନଙ୍କ ବିରୋଧକୁ ଦୃଷ୍ଟିରେ ରଖି ସୁରକ୍ଷା ଅଧିକ କଡା କଡି କରିଦେଇଛନ୍ତି । ବାହାଦୂରଗଡରେ ବ୍ୟାରିକେଡିଂ ବୃ୍ଦ୍ଧି କରାଯାଇଛି, କୃଷକଙ୍କ ଆନ୍ଦୋଳନ ଯୋଗୁଁ । ସମ୍ଭୁ ସୀମାରେ ଯୁବକମାନେ ଅନେକ ସମସ୍ୟା ସୃଷ୍ଟି କରୁଥିବା ଭିଡିଓ ମଧ୍ୟ ଅମ୍ବାଲା ପୋଲିସ କହିଛି । ଅମ୍ବାଲାର ଏଡିଶନାଲ ଏସପି କହିଛନ୍ତି କି କୃଷକ ଆନ୍ଦୋଳନର ଆଡରେ କିଛି ଯୁବକ ସମସ୍ୟା ସୃଷ୍ଟି କରୁଛନ୍ତି ।