ଖୁସି ଖବର ! ଏଣିକି ଖାଲି କ୍ଷୀର ପ୍ୟାକେଟ୍ ଫେରାଇଲେ ଏହି ସାମଗ୍ରୀ ଉପରେ ମିଳିବ ବିଶେଷ ରିହାତି

2,893

କନକ ବ୍ୟୁରୋ: ସାରା ଦେଶରେ ପ୍ଲାଷ୍ଟିକର ବ୍ୟବହାର କମ କରିବା ପାଇଁ ଏବଂ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ (Single Use Plastic) କୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେଦ ନିଆଯାଇଛି । ସେ ନୋ ଟୁ ପ୍ଲାଷ୍ଟିକ (Say no to plastic) ଅଭିଯାନକୁ ଆଗକୁ  ବଢାଇବା ପାଇଁ ପଶୁପାଳନ ଏବଂ ମତ୍ସ୍ୟ ମନ୍ତ୍ରାଳୟ (Ministry of Animal Husbandry and Fisheries)ପକ୍ଷରୁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଉଛି ।

ତେବେ ଏହି ଯୋଜନା ମୁତାବକ, ଉଭୟ କ୍ଷୀର ଏବଂ କ୍ଷୀରରୁ ଉତ୍ପଦିତ ଦ୍ରବ୍ୟଗୁଡିକୁ ପ୍ୟାକିଂ କରିବାରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକକୁ ରିସାଇକିଲ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିରେ ପ୍ୟାକିଂରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ଗ୍ରାହକଙ୍କଠାରୁ ଫେରାଇ ନିଆଯାଇ ତାର ରିସାଇକ୍ଲିଂ କରାଯିବ ଏବଂ ପ୍ଲାଷ୍ଟିକ ଫେରାଇବା ଦ୍ୱାରା ଗ୍ରାହକଙ୍କୁ କ୍ଷୀର, ଦହି, ପନୀର, ରାବିଡି, ଲସି ତଥା ଆଇସକ୍ରିମ ଭଳି ଖାଦ୍ୟ ସାମଗ୍ରୀ ଉପରେ ବିଶେଷ ରିହାତି ମିଳିବ । ଅର୍ଥାତ୍ ଗୋଟିଏ ପଟେ ଜନତାଙ୍କୁ କ୍ଷୀର ଜାତ ଦ୍ରବ୍ୟର ବର୍ଧିତ ଦରଠାରୁ ଆଶସ୍ତି ମିଳୁଥିବା ବେଳେ ପ୍ଲାଷ୍ଟିକରୁ ଜାତ ପ୍ରଦୂଷଣକୁ ମଧ୍ୟ ବିଶେଷ ମାତ୍ରାରେ ରୋକା ଯାଇପାରିବ । ପଶୁପାଳନ ଏବଂ ମତ୍ସ୍ୟ ମନ୍ତ୍ରାଳୟ ତରଫରୁ ପ୍ଲାଷ୍ଟିକର ବ୍ୟବହାରକୁ କମ କରିବା ପାଇଁ ରିଡ୍ୟୁସ, ରିବେଟ୍ ଏବଂ ରିୟୁଜ୍ ମଡେଲକୁ ଧ୍ୟାନରେ ରଖି ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଉଛି । ଯାହାକୁ ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ସାରା ଦେଶରେ ଲାଗୁ କରାଯାଇପାରେ ।

ଉଲ୍ଲେଖଥାଉ କି, ଅଗଷ୍ଟ ୧୫ରେ ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ ୨ ଅକ୍ଟୋବରରୁ ପ୍ଲାଷ୍ଟିକକୁ ବ୍ୟାନ କରିବାକୁ ନିିବେଦନ ମଧ୍ୟ କରିଥିଲେ । ସୋ ନୋ ପ୍ଲାଷ୍ଟିକ (Say no to plastic) କ୍ୟାମ୍ପେନକୁ ନେଇ ପଶୁ ପାଳନ ମନ୍ତ୍ରାଳୟ ତରଫରୁ ଦେଶର ସମସ୍ତ ମିଲ୍କ କର୍ପୋରେଟିଭ ଫେଡେରେସନ ଏବଂ ପ୍ରାଇଭେଟ ଡାଏରୀ ପ୍ରଡ୍ୟୁସର ସହିତ ଆଲୋଚନା କରାଯାଇଛି । ଯେଉଁଥିରେ ଦୁଗ୍ଧ ଏବଂ ଏହା ସହ ଜଡିତ ଉଦ୍ପାଦିଦ ସାମଗ୍ରୀଗୁଡିକର ପ୍ୟାକେଜିଂରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ମାତ୍ରାକୁ କମ କରିବା, ପ୍ୟାକେଜିଂର ବ୍ୟବହୃତ ପ୍ଲାଷ୍ଟିକକୁ ରିକଲେକ୍ଟ କରି ତାକୁ ରିସାଇକ୍ଲିଂ କରିବା ପାଇଁ ବିଚାର କରାଯାଉଛି ।