୨୧ ପ୍ରଶ୍ନରେ ଫସିରହିଛି ଲୋକପ୍ରିୟ ଆପ୍ ଟିକଟକ୍ ଏବଂ ହେଲୋର ଭାଗ୍ୟ ! ସରକାର ପଠାଇଲେ ନୋଟିସ୍ , ଖୁବଶୀଘ୍ର ଲାଗିପାରେ ବ୍ୟାନ୍

342

ସରକାରଙ୍କ ତରଫରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍ ଏବଂ ହେଲୋକୁ ନୋଟିସ୍ ପଠାଯାଇଛି । ଏହି ନୋଟିସ୍ ରେ ସରକାର କମ୍ପାନୀଙ୍କୁ ୨୧ ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଏହାର ସନ୍ତୋଷଜନକ ଉତ୍ତର ନଦେଲେ ବ୍ୟାନ୍ କରିବା ପାଇଁ ନୋଟିସ୍ ଜାରି କରିଛନ୍ତିି । ଆପଣଙ୍କୁ କହିରଖୁଛୁ ଆରଏସଏସ୍ ସହ ଜଡିତ ଥିବା ଏହି ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଅଭିଯୋଗ କରିଥିଲେ ଯେ ଏହି ପ୍ଲାଟଫର୍ମରେ ଦେଶ ବିରୋଧୀ ଗତିବିଧିକୁ ବଢାଇବା ଭଳି କାର୍ଯ୍ୟ କରାଯାଉଛି । ଏହି ଅଭିଯୋଗକୁ ଆଧାର କରି ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରାଳୟକୁ ନୋଟିସ୍ ପଠାଯାଇଛି ।

ଏନେଇ ଯେତେବେଳେ ଏହି ଦୁଇ କମ୍ପାନୀ ସହ ସଂପର୍କ କରାଗଲା ଜଏଣ୍ଟ୍ ଷ୍ଟେଟମେଣ୍ଟ୍ ରେ ଦୁଇ ଆପ୍ ତରଫରୁ କୁହାଯାଇଥିଲା ଆଗାମୀ ୩ ବର୍ଷରେ ତାଙ୍କର ପାଖାପାଖି ୬୫୦୦ କୋଟି ନିବେଶ କରିବାର ପ୍ଲାନ୍ ରହିଛି । କିଭଳି ଭାବେ ଟେକ୍ନୋଲଜି ଡେଭଲପ୍ କରାଯାଇପାରିବ ଏନେଇ ସରକାର ନୋଟିସ୍ ଜାରି କରିଛନ୍ତି ଏବଂ ଏହି ଦୁଇ ପ୍ଲାଟଫର୍ମର ପ୍ରୟୋଗ କିଭଳି ଦେଶ ବିରୋଧି ଗତିବିଧିକୁ ରୋକିବ ଏଥିପାଇଁ ପ୍ରଶ୍ନ ପଚରାଯାଇଛି । ତେବେ ଲୋକଙ୍କ ଡାଟା ସରକାରଙ୍କୁ କେବେ ବି ଟ୍ରାନ୍ସଫର କରାଯିବ ନାହିଁ ବୋଲି ବିଶ୍ୱାସ ଦିଆଯାଇଛି ।