କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନା ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ପ୍ରବଳ ଚାପ ରହିଛି । ଆଗାମୀ ୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ । ତେଣୁ ଅର୍ଥନୀତିକୁ ଗତି ଦେବା ପାଇଁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଖିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଏନେଇ ବଜେଟରେ ଘୋଷଣା କରାଯାଇପାରେ ।
ବିଶେଷ କରି ସରକାରୀ ଜୀବନ ବୀମା କମ୍ପାନି ଏଲଆଇସିରୁ ଅଂଶଧନ ବିକ୍ରି ବିଷୟରେ ବି ବଜେଟରେ ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି । ଏଥିପାଇଁ ସରକାର ମଧ୍ୟ ସଂସଦର ମଞ୍ଜୁରୀ ହାସଲ କରିସାରିଛନ୍ତି । ଗତବର୍ଷ ଏଲଆଇସିର ଅଂଶଧନ ବିକ୍ରି ପାଇଁ ଘୋଷଣା କରାଯାଇଥିଲା । ହେଲେ ଆଇନଗତ ଓ ପ୍ରଶାସନିକ ପ୍ରତିବନ୍ଧକ କାରଣରୁ ସରକାର ଆଗକୁ ବଢିପାରି ନଥିଲେ ।
ବିକ୍ରିହେବ ଅଂଶଧନ: ବଜେଟରେ ହେବ ଘୋଷଣା
- ଏଲଆଇସିରୁ ବିକ୍ରିହେବ ୧୦ରୁ ୧୫ ପ୍ରତିଶତ ଅଂଶଧନ
- ଏୟାର ଇଣ୍ଡିଆ ଓ ଏଚପିସିଏଲରୁ ପୁଞ୍ଜି ପ୍ରତ୍ୟାହାର ହେବ
- ୨୦୨୧-୨୨ ବର୍ଷରେ ବ୍ୟାପକ ହେବ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମ
- ଆଇଡିବିଆଇ ବ୍ୟାଙ୍କ ଓ ସେଂଟ୍ରାଲ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହର ହେବ
- ପଞ୍ଜାବ ବ୍ୟାଙ୍କ ଓ ସିନ୍ଧ ବ୍ୟାଙ୍କରୁ ମଧ୍ୟ ପ୍ରତ୍ୟାହାର ହେବ ପୁଞ୍ଜି