କନକ ବ୍ୟୁରୋ : ଦେଶର ୫୧ ହଜାର ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ଦେଇଛନ୍ତି । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଏହି ରୋଜଗାର ମେଳା ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପାରଦର୍ଶି କରିବ । ଏହାଦ୍ୱାରା ଦେଶର ଯୁବକମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଉପରେ ଭରସା ଆସିଛି ।

Advertisment

ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଥିଲେ । ଏହି ରୋଜଗାର ମେଳା ସାରା ଦେଶରେ ୩୭ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା ।