ସହର କାନ୍ଥରେ ଚିତ୍ରକଳା । କୋରାପୁଟ କୋଟପାଡର ବିଭିନ୍ନ ସରକାରୀ ଅଫିସ କାନ୍ଥରେ ଅଙ୍କା ହୋଇଛି ବିଭିନ୍ନ ଚିତ୍ର । ଦିଆଯାଇଛି ସରକାରୀ ଯୋଜନା ସଂପର୍କୀତ ତଥ୍ୟ

211

କନକ ବ୍ୟୁରୋ: କାନ୍ଥରେ ସରକାରୀ ଫାଇଲ୍ । ଫାଇଲ ଭିତରେ ନାଲି ଫିତା ତଳେ ବନ୍ଧା ହୋଇ ରହିବ ନାହିଁ ସରକାରୀ ଯୋଜନା । କି କାହା ପାଖକୁ ଯାଇ ଯୋଜନା ସମ୍ପର୍କରେ ପଚାରିବାକୁ ପଡ଼ିବ ନାହିଁ । ସରକାରୀ ଯୋଜନାର ସମସ୍ତ ତଥ୍ୟ ରହିଛି ସହରବାସୀଙ୍କ ସିମେଂଟ କାନ୍ଥରେ । ଏଭଳି କିଛି ସ୍ୱଚ୍ଛତା ସାଙ୍ଗକୁ ସଚେତନତା ସୃଷ୍ଟି କରିଛି ବିଜ୍ଞପିତ ଅଂଚଳ ପରିଷଦ କୋଟପାଡ଼ । ଦିନ ହେଉ କି ରାତିରେ ଭୂବନେଶ୍ୱରର ଭ୍ରମ ସୃଷ୍ଟି କରୁଛି କେଟପାଡ଼ ସହର ।

ସହର କାନ୍ଥରେ ଚିତ୍ରକଳା । ସିମେଂଟ କାନ୍ଥରେ ସରକାରୀ ଯୋଜନା । ରାଜ୍ୟର ସୀମାନ୍ତବର୍ତୀ ଅଂଚଳ କୋଟପାଡ । ଏହି ଅଂଚଳକୁ ଯିଏ ଆସୁଛି ସିଏ ଚକିତ ହେଉଛି । ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥାକୁ ଦେଖିଲେ ଅନୁମାନ କରିହୁଏ କୋଟପାଡ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର କେତେ । ସହରର କାନ୍ଥ ବାଡ଼ରେ ଅଙ୍କା ହୋଇଛି ସୁନ୍ଦର ସୁନ୍ଦର ଚିତ୍ର । ଆଉ ସବୁ ଚିତ୍ର ଦେଉଛି ସରକାରୀ ଯୋଜନା ସଂପର୍କୀତ ତଥ୍ୟ । ସ୍ୱଚ୍ଛ ଭାରତ ଯୋଜନା ହେଉ ବା ପ୍ରଧାନମନ୍ତ୍ରୀ ଆବାସ କି ମୋ କୁଡ଼ିଆ । ବାର୍ଦ୍ଧକ୍ୟ ଭତା ଠାରୁ ପଲ୍ଲୀସଭା, ଗ୍ରାମସଭା, ସଡ଼କ ସୁରକ୍ଷା ସାଙ୍ଗକୁ ହସ୍ପିଟାଲ ଯାଏଁ ସବୁ କିଛି ଦେଖିବାକୁ ମିଳୁଛି ସହରରେ ଥିବା ବିଭିନ୍ନ ସରକାରୀ ଅଫିସ କାନ୍ଥରେ । ଲୋକଙ୍କୁ ସରକାରୀ ଯୋଜନା ବାବଦରେ ଜଣାଇବା ଉଦେଶ୍ୟରେ ଏଭଳି ପଦକ୍ଷେପ ନେଇଛି କୋଟପାଟ ବିଜ୍ଞପିତ ଅଂଚଳ ପରିଷଦ ।

କୋଟପାଡ ସହରକୁ ଦିନରେ ଦେଖିଲେ ଯେତିକି ରାତିର ଦୃଶ୍ୟ ତାଠୁ ସୁନ୍ଦର । ରାସ୍ତା କଡ଼ରେ ଲଗିଛି ରଙ୍ଗବେରଙ୍ଗର ଆଲୋକ ମାଳା । ସହରରେ ଲାଗିଥିବା ଆଲୋକମାଳା ରାତିର ଅନ୍ଧାରକୁ ଦୂର କରିବା ସହ ସହରର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରୁଛି । ରାଜ ରାଜୁଡ଼ା ଅମଳର ଏହି କୋଟପାଡ଼ ସହରରେ ୨ ବର୍ଷ ତଳେ ଲାଇଟର ସୁବିଧା ନଥିଲା, ନାଳ ନର୍ଦ୍ଧମାରେ ପାଣିରେ ସହର ଭାସୁଥିଲା । ହେଲେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଛି ।