ଗତ ଦୁଇ ଦିନରେ ୨ଲକ୍ଷ ସଂକ୍ରମଣ ପରେ ସତର୍କ କରାଇଲେ ସରକାର । ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଲେ, ଖରାପ ହେଉଛି ପରିସ୍ଥିତି, ଆସନ୍ତା ୪ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

152

କନକ ବ୍ୟୁରୋ: ଗତ ଦୁଇ ଦିନରେ ୨ଲକ୍ଷ ସଂକ୍ରମଣ ପରେ ସତର୍କ କରାଇଲେ ସରକାର । ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ଦେଶରେ ଖରାପ ହେଉଛି ପରିସ୍ଥିତି ଏବଂ ଆସନ୍ତା ୪ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ସାମ୍ବାଦିକ ସମ୍ମିଳନୀ କରି କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବା ବେଳେ ଏହା କହିଛନ୍ତି ନୀତି ଆୟୋଗ ସଦସ୍ୟ । ଦେଶରେ ଗତ କିଛି ଦିନ ହେଲା ଲଗାତର ଭାବେ କୋଭିଡ ସଂକ୍ରମଣ ବଢି ଚାଲିଥିବା ବେଳେ ଗତ ଦୁଇ ଦିନରେ ଦେଶରେ ୨ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ କରାଇଛନ୍ତି କେନ୍ଦ୍ର ସରକାର ।

ସୋମବାର ଦିନ ଦେଶରେ ୧ଲକ୍ଷ ୩ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନ ୯୬ହଜାର ଉପରେ ମାମଲା ସାମ୍ନାକୁ ଆସିଛି । ଏହାରି ଭିତରେ ସଂକ୍ରମଣ କମାଇବାକୁ ହେଲେ କୋଭିଡ କଟକଣା ମାନିବାକୁ ହେବ ଏବଂ ସତର୍କ ରହିବାକୁ ପଡିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ସେପଟେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇ କହିଛନ୍ତି ଦେଶର ୧୦ଟି ଜିଲ୍ଲାରେ ପରିସ୍ଥିତି ଉଦବେଗଜନକ ରହିଛି ।