ଆସିଲା ନୂଆ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ।

146

କନକ ବ୍ୟୁରୋ: ଆସିଲା ନୂଆ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ଆକ୍ରାନ୍ତଙ୍କ ବିଷୟରେ ପୂରା ତଥ୍ୟ ଦେଲେ ରାଜ୍ୟ ସରକାର । ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା । ୨୨ରୁ ୪୪ ବର୍ଷ ବୟସ ମଧ୍ୟରେ ସମସ୍ତଙ୍କ ବୟସ ।

ତେବେ ୪ ଜଣ କତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା । ଜଣେ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ବ୍ୟକ୍ତି ଜଣଙ୍କ ରାୟପୁର ଓ ହାଇଦ୍ରାବାଦକୁ ଯାଇଥିଲେ । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି, ଜଣକର ପଜିଟିଭ ଆସିଛି । ଏବଂ ତାଙ୍କ ରିପୋର୍ଟକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ୨ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ ରିପୋର୍ଟ ନେଗେଟିଭ ରହିଛି । ଅନ୍ୟ ୨ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ରିପୋର୍ଟ ଆସିନି ।

ଆଜି ରାଜ୍ୟରେ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ପ୍ରଥମେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନାଇଜେରିଆ ଓ କତାର ଫେରନ୍ତା ଦୁଇ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।