ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ: ରବିବାର ସାପ୍ତାହିକ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର

324

କନକ ବ୍ୟୁରୋ: ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ରବିବାର ସାପ୍ତାହିକ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର । ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ । ସେହିପରି ଛୁଟିରେ ଥିବା କର୍ମଚାରୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବାତ୍ୟା ଜୱାଦକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ଜୱାଦର ରୂପ ନେଲା ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ଏନେଇ ସୂଚନା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବାତ୍ୟା ଜୱାଦ ଆସନ୍ତାକାଲି ସନ୍ଧ୍ୟାରେ ବିଶାଖପାଟଣାରେ ସମୁଦ୍ର ଭିତରେ ଦିଗ ବଦଳାଇବ । ତାପରେ ଓଡିଶା ଉପକୂଳ ଦେଇ ଗତି କରିବ । ଏବଂ ୫ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲା ଓ ଏହାର ଆଖପାଖ ଅଂଚଳ ଅତିକ୍ରମ କରିବ । ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ । ପବନର ବେଗ ୮୦ରୁ ୯୦ କିମି ରହିବ । ସ୍ଥାନେ ସ୍ଥାନେ ପବନର ବେଗ ୧୦୦କିମି ରହିବ । ଓଡିଶା ପାଇଁ ସତର୍କ କଲେ ଆଇଏମଡି ଡିଜି ।