କନକ ବ୍ୟୁରୋ: ରାଉରକେଲାର ବସ୍ତିରେ ବିକ୍ରି ହେଉଛି ପିଇବା ପାଣି । ବିଡମ୍ବନା ହେଉଛି, ଜଳ ଯୋଗାଣ ପାଇଁ ସରକାରୀ ପାଇପ୍ ବିଛା ଯାଇଛି । ହେଲେ ବସ୍ତିକୁ ଗଲା ୩ ବର୍ଷ ହେଲା ସରକାରୀ ପାଇପରେ ପାଣି ଆସୁନି । ତେଣୁ କିଛି ଲୋକ ବୋରିଂ କରି କିମ୍ବା ଅନ୍ୟ ଉପାୟରେ ଟାଙ୍କିରେ ପାଣି ଜମାକରି ଏହାକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ପାଣି କିଣିବାକୁ ଇଛୁକ ଥିବା ବ୍ୟକ୍ତି ନିଜ ଖର୍ଚ୍ଚରେ ପାଣି କିଣୁଛନ୍ତି । କିଛି ଲୋକ ଘରକୁ ପାଇପ ଲଗାଇ ଏହି ପାଣି ନେଉଛନ୍ତି । ଏଥିପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ଦର ଦେବାକୁ ପଡୁଛି ।

Advertisment

ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦର ଦେଇ ପିଇବା ପାଣି କିଣୁଛନ୍ତି ବସ୍ତି ଲୋକ । ମିନିଟକୁ ୨ରୁ ୩ ଟଙ୍କା ଏହିପରି ମାସକୁ ୫୦୦ ଟଙ୍କା ଯାଏଁ ଗଣିବାକୁ ପଡୁଛି । ଏଭଳି ଚିତ୍ର ବର୍ଷବର୍ଷ ଧରି ରାଉରକେଲାର ବିଭିନ୍ନ ବସ୍ତିରେ ଦେଖିବାକୁ ମିଳୁଛି । ଆଜି ଆମେ ଆପଣଙ୍କୁ ଦେଖାଉଛୁ ରାଉରକେଲା ଗୋପବନ୍ଧୁ ବସ୍ତିର ଦୃଶ୍ୟ । ଖରା ବଢିବା ସହିତ ରାଉରକେଲା ଇସ୍ପାତ ସହରର ଜଳକଷ୍ଟ ବଢିବାରେ ଲାଗିଛି । ଟିମ୍ବର କଲୋନି, ଆନନ୍ଦଧାମ ବସ୍ତି, ଚନେୟା ବସ୍ତି, ତେଲିପଡା ଆଦି ବସ୍ତି ଅଂଚଳରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ରହୁଥିବାବେଳେ ଏମାନଙ୍କୁ ପିଇବା ପାଣି ପାଇଁ ଡହଳବିକଳ ହେବାକୁ ପଡୁଛି ।