ମୂର୍ତି ଉଚ୍ଚତାକୁ ନେଇ ବୈଠକ ଆରମ୍ଭ । ପୂଜା କମିଟି ସହ ସରକାରଙ୍କ ଆଲୋଚନା ଜାରି

75

କନକ ବ୍ୟୁରୋ : ମୂର୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆରମ୍ଭ ହେଲା ବୈଠକ । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ସହ ଚାଲିଛି ଆଲୋଚନା… ବୈଠକ ପାଇଁ ପହଞ୍ଚିଛନ୍ତି ବବି ଦାସ, ଏସଆରସି, ସୁବାସ ସିଂ, ଦେବାଶିଷ ସାମନ୍ତରାୟ,ପ୍ରଭାତ ବିଶ୍ୱାଳ ଓ କଟକର ବିଭିନ୍ନ ପୂଜା କମିଟି ସଦସ୍ୟ
ଗତକାଲି ପୂଜା ଗାଇଡଲାଇନକୁ ନେଇ ଗୃହରେ ହୋହାଲ୍ଲା ହଙ୍ଗାମା ହୋଇଥିଲା । ମୂର୍ତି ଉଚ୍ଚତା ବୃଦ୍ଧି ଓ ତିନି ପାଶ୍ୱର୍ରୁ ପରଦା ଉଠାଇବା ଦାବିରେ ପ୍ରଶ୍ନକାଳ ସରିବା ପରେ କଂଗ୍ରେସ ବିଧାୟକ ଗୃହରେ ହୋହାଲ୍ଲା କରିଥିଲେ । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ ମଧ୍ୟ କରିଥିଲେ । ସେପଟେ ବିଜେପି ମଧ୍ୟ ସମାନ ଦାବି କରିଛି । ପୂଜା କଟକଣା ହଟାଇବାକୁ ଦାବି କରିଛି ଦଳ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ପୂଜା କଟକଣା ନିଷ୍ପତିର ପୁର୍ନବିଚାର କରିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ ।