କନକ ବ୍ୟୁରୋ : ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ଅନୁଷ୍ଠିତ ହେବ ପରୀକ୍ଷା । ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ ସ୍କୁଲ କଲେଜ୍ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ପରୀକ୍ଷା ହୋଇପାରିବ ।
କେନ୍ଦ୍ର ସରକାର ଅନଲକ୍-୧ ଘୋଷଣା କରିବା ପରେ ଗତକାଲି ରାଜ୍ୟ ସରକାର ଆଣିଥିଲେ ନୂଆ ଗାଇଡଲାଇନ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁଲାଇ ମାସ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/22-2.jpg)