ଆଇପିଏଲର ‘କରୋନା’ ପ୍ଲାନ୍ । ୨୬ ଅଗଷ୍ଟ ପରେ ଦୁବାଇ ଅଭିମୁଖେ ବାହାରିବେ ଦଳ । ସଂଧ୍ୟା ୭.୩୦ରେ ଆରମ୍ଭ ହେବ ମ୍ୟାଚ୍, କରୋନା ହେଲେ ବିକଳ୍ପ ଖେଳାଳିଙ୍କୁ ମିଳିବ ସୁଯୋଗ ।

910

କନକ ବ୍ୟୁରୋ : ଚଳିତବର୍ଷ ଆଇପିଏଲ୍ ଖେଳାଯିବା ନେଇ ଗ୍ରିନ୍ ସିଗନାଲ ଦେଇଛନ୍ତି ଭାରତ ସରକାର । ଆଇପିଏଲ୍ ଖେଳାଯିବା ନେଇ ଚୂଡାନ୍ତ ହୋଇଛି ଖେଳସୂଚି । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାର୍ଯ୍ୟସୂଚି ଅନୁଯାୟୀ ସେପ୍ଟେମ୍ବର ୧୯ରୁ ୧୦ ନଭେମ୍ବର ମଧ୍ୟରେ ୟୁଏଇରେ ଏହି ମ୍ୟାଚ ଖେଳାଯିବ ।

ଆଇପିଏଲର ସମସ୍ତ ପ୍ରାୟୋଜକ ରହିଥିବା ବେଳେ ଚୀନ୍ କମ୍ପାନି ଭିଭୋ ଭି ରହିବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୫୩ଦିନ ଧରି ମ୍ୟାଚ ଚାଲିବ । ନଭେମ୍ବର ୧୦ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।