ଯଦି ଆପଣ ବେସରକାରୀ ସଂସ୍ଥାରେ ଚାକିରୀ କରୁଛନ୍ତି ଏବଂ କମ୍ପାନୀ ଆପଣଙ୍କ ପିଏଫ୍ ଟଙ୍କାକୁ ସଠିକ୍ ସମୟରେ ପଇଠ କରୁନାହିଁ ତେବେ ନିଶ୍ଚିନ୍ତ ରୁହନ୍ତୁ । ବର୍ତ୍ତମାନ କମ୍ପାନୀ ତରଫରୁ ପିଏଫ୍ ଜମା କରିବାରେ ବିଳମ୍ବ ହେଲେ ସରକାର କର୍ମଚାରୀଙ୍କୁ ଏସଏମଏସ୍ କିମ୍ବା ଇମେଲ୍ ଜରିଆରେ ସୁଚିତ କରିବେ । ଏହାଦ୍ୱାରା କର୍ମଚାରୀକୁ କମ୍ପାନୀ ବିଷୟରେ ସବୁ ତଥ୍ୟ ଜ୍ଞାତ ହୋଇପାରିବ । ବିଳମ୍ବରେ ପିଏଫ୍ ଜମା କରିବାକୁ ନେଇ ଅଙ୍କୁଶ ଲାଗିବ ଏବଂ କର୍ମଚାରୀ ନିଜ ତଥ୍ୟ ବିଷୟରେ ମଧ୍ୟ ଅବଗତ ହୋଇପାରିବେ ।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନିଜ ସଦସ୍ୟଙ୍କ ସହାୟତାରେ ବେସରକାରୀ କର୍ମଚାରୀଙ୍କୁ କମ୍ପାନୀ ବିଷୟରେ ସୁଚିତ କରାଇବ । ଯଦି ପିଏଫ୍ ପଇଠ କରିବାରେ ବିଳମ୍ବ ହୁଏ ତେବେ ଇପିଏଫଓ କର୍ମଚାରୀଙ୍କୁ ଇମେଲ୍ କିମ୍ବା ଏସଏମଏସ୍ କରି ପୂର୍ବ ମାସର ପିଏଫ୍ ଜମା ନହୋଇଥିବା କଥା କହିବ । କିନ୍ତୁ ଏଥିପାଇଁ ବେସରକାରୀ କର୍ମଚାରୀଙ୍କ ନମ୍ବର କିମ୍ବା ଇମେଲ୍ ଆଇଡି ୟୁନିଭର୍ସାଲ ଆଇଡି (ୟୁଏନ୍)ରେ ଲିଙ୍କ୍ ହୋଇଥିବା ଆବଶ୍ୟକ । ଏହାଛଡା କର୍ମଚାରୀ ଇ-ପାସବୁକ୍ ମାଧ୍ୟମରେ ମଧ୍ୟ ପିଏଫ୍ ଜମା ହୋଇଛି କି ନାହିଁ ଜାଣିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/default_1524651457_152466.jpg)