ବାତିଲ ହେଲା ଆଇସିଏସଇ ଦଶମ ପରୀକ୍ଷା । ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ । ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ କରିବାକୁ ପରାମର୍ଶ

217

କନକ ବ୍ୟୁରୋ : ରାଜ୍ୟରେ କରେନା ମହାମାରୀକୁ ନଜରରେ ରଖି ସରକାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ  ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସ କରାଇବାକୁ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେଇଛନ୍ତି । କହିରଖୁ କି ଏହାପୂର୍ବରୁ ସିବିଏସଇ ପରୀକ୍ଷାକୁ ବି ବାତିଲ କରାଯାଇଥିଲା ।

କହିରଖୁ କି ଆଜି ସକାଳୁ ଭୁବନେଶ୍ୱରର ୧୫ ଟି ସ୍କୁଲର ଦଶମଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ହେବ କି ନାହିଁ ଦ୍ୱନ୍ଦ ଦୂର କରିବାକୁ ନବୀନ ନିବାସ ଆଗରେ ପହଂଚିଥିଲେ । ସେମାନେ କହିଥିଲେ କି ପରୀକ୍ଷା ନେଇ ଶିକ୍ଷାମନ୍ତ୍ରୀ ଦ୍ୱନ୍ଦ ଦୂର କରୁନଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟିକରଣ ଚାହୁଁଛନ୍ତି ।